Get Updates
Get notified of breaking news, exclusive insights, and must-see stories!

ଉତ୍କଳ ଦିବସ ୨୦୨୫: କେମିତି ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ?

ଆମେ ଆଜି ଗର୍ବିତ । ଆମେ ଓଡିଆ ବୋଲି ଗର୍ବ ଅନୁଭବ କରୁ । ଏକଦା ଓଡ଼ିଶାର ଭୌଗଳିକ ସୀମା ଅମରକଣ୍ଟକ ଠାରୁ ଆରମ୍ଭ କରି ଗୋଦାବରୀ ଯାଏଁ ପରିବ୍ୟାପ୍ତ ଥିଲା । ରାଜା ବଂଶ, ମରହଟ୍ଟା, ମୋଗଲ ଓଡ଼ିଶାକୁ ଶାସନ କଲେ । ବହୁ ସଂଘର୍ଷ ପରେ ଗଠନ ହେଲା ଓଡ଼ିଶା ରାଜ୍ୟ । ପ୍ରତିବର୍ଷ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳୁଛି ଓଡ଼ିଶା ।

୧୯୩୬ ମସିହା ଏପ୍ରିଲ ୧ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ଏଥିପାଇଁ ବହୁ ବରପୁତ୍ରଙ୍କ ତ୍ୟାଗ ପରିଶ୍ରମ କରିଥିଲେ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଥିଲା ଭାରତର ପ୍ରଥମ ରାଜ୍ୟ । ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଅଧିନରେ ଥିଲା ।

ଖ୍ରୀଷ୍ଟପୂର୍ବ ୨୬୧ ସମୟରେ, ମଗଧ ରାଜା ଅଶୋକ ମୌର୍ଯ୍ୟ ଶାସନ ବା କ୍ଷମତା ବିସ୍ତାର କରିବା ପାଇଁ ଏହି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିଲେ । ଯାହା କଳିଙ୍ଗର ଅଂଶ ହୋଇଥିଲା । ମୌର୍ଯ୍ୟ ଶାସକଙ୍କ ପରେ ଓଡ଼ିଶା ରାଜା ଖାରବେଳଙ୍କ ଦ୍ବାରା ଶାସିତ ହେଲା ।

ମଗଧକୁ ପରାସ୍ତ କରି ଖାରବେଳ ମୌର୍ଯ୍ୟ ଆକ୍ରମଣର ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲେ । ଏକ ଶକ୍ତିଶାଳୀ ରାଜ୍ୟ ଗଠନ ଏବଂ ଓଡିଶାକୁ କଳାଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ କଳା କେନ୍ଦ୍ର କରିବାର ଶ୍ରେୟ ଦିଆଯାଏ । 1576 ମସିହାରେ ମୋଗଲମାନେ ଓଡ଼ିଶାର ଶେଷ ହିନ୍ଦୁ ରାଜା ଗଜପତି ମୁକୁନ୍ଦ ଦେବଙ୍କୁ କ୍ଷମତାଚ୍ୟୁତ କରିଥିଲେ । ଏହାପରେ ବ୍ରିଟିଶମାନେ ଓଡ଼ିଶାକୁ ବିଭାଜିତ କରିଦେଇଥିଲେ । ଉତ୍ତର-ପଶ୍ଚିମ ଜିଲ୍ଲା ଗୁଡିକ ବେଙ୍ଗଲ ପ୍ରେସିଡେନ୍ସିରେ ସାମିଲ ହୋଇଥିଲା ।

utkal divas

ସ୍ବତନ୍ତ୍ର ଓଡ଼ିଶା ଗଠନ କରିବାରେ ସଂଘର୍ଷ:

  • 1905 ମସିହାରେ ସ୍ବଦେଶୀ ଆନ୍ଦୋଳନ ଯାହାକି ଶିକ୍ଷିତ ବର୍ଗକୁ ବେଶ ପ୍ରଭାବ ପକାଇଥିଲା । କଟକ, ପୁରୀରେ ଘନ ଘନ ବୈଠକ, ଆନ୍ଦୋଳନ ହୋଇଥିଲା । ଯାହାକି ସମର୍ଥନକୁ ବଢାଇଥିଲା ।
  • ଜାନକୀନାଥ ବୋଷ ବିଶ୍ବନାଥ କର ଏହି ସମୟରେ କଟକରେ ସ୍ବଦେଶୀର ପ୍ରଚାରପ୍ରସାର କରିଥିଲେ । ଯାହାକି ସ୍ଥାନୀୟ ବୁଣାକାରଙ୍କୁ ପ୍ରଭାବିତ କରିଥିଲା । ବିଶେଷକରି ଓଡ଼ିଶାର ବ୍ରହ୍ମପୁର ପାଟ ଓ ମାଣିଆବନ୍ଧ ଶାଢୀର ବେଶ ପ୍ରଚାର ପ୍ରସାର କରିଥିଲେ ।
  • 1909 ମସିହାରେ ଗୋପବନ୍ଧୁ ଦାସ ସତ୍ୟବାଦୀ ବନ ବିଦ୍ୟାଳୟରେ ଜାତୀୟତା ଚେତନା ବୃଦ୍ଧି କରିଥିଲେ ।
  • ଗୋପବନ୍ଧୁ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦାସ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଯେଉଁଥିରେ ଛାତ୍ର ଓ କିଛି ଚାକିରିଆ ଚାକିରି ଛାଡିଥିଲେ ।
  • 1921ରେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ଗସ୍ତ 'ଦି ସମାଜ' ଭଳି ପ୍ରକାଶନ ସମର୍ଥନକୁ ପ୍ରୋତ୍ସାହିତ କରିଥିଲା । ସ୍ବରାଜ -ସେବକ ସଂଘ ଭଳି ଛାତ୍ରୀ ଗୋଷ୍ଠୀ ସକ୍ରିୟ ଥିଲେ ।ଏବଂ 1922ରେ କନିକା ଆନ୍ଦୋଳନରେ ମିଳିତ ହୋଇଥିଲା ।
  • ଆଇନ ଅମାନ୍ୟ ଆନ୍ଦୋଳନରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଲବଣ ସତ୍ୟାଗ୍ରହ କରାଯାଇଥିଲା ।
  • ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ଲବଣ ସତ୍ୟାଗ୍ରହର ନେତୃତ୍ବ ନେଇଥିଲେ । ଯାହା ରମା ଦେବୀ, ମାଳତୀ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଦାସଙ୍କ ପରି ନେତାଙ୍କୁ ଆକର୍ଷିତ କରିଥିଲା । ମହିଳାମାନେ ସକ୍ରିୟ ଭାବେ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।
  • 1930 ଏପ୍ରିଲ 12ରେ ସତ୍ୟାଗ୍ରହୀମାନେ ବାଲେଶ୍ବରର ଇଞ୍ଚୁଡିରେ ପହଞ୍ଚିଥିଲେ । ପୋଲିସର ଅତ୍ୟାଚାର ସତ୍ତ୍ବେ ସତ୍ୟାଗ୍ରହୀ ମାନେ ଏପ୍ରିଲ 14, 1930 ମସିହାରେ ଇଞ୍ଚୁଡିରେ ଲବଣ ସତ୍ୟାଗ୍ରହ କରିଥିଲେ ।
  • 1931ରେ ଓଡ଼ିଶା ଲୋକଙ୍କ ସମ୍ମିଳନୀ ଏହି ଆନ୍ଦୋଳନକୁ ଆହୁରି ପ୍ରଶମିତ କରିଥିଲା ।
  • 1942ରେ ଭାରତ ଛାଡ ଆନ୍ଦୋଳନରେ ଶହୀଦ ଲକ୍ଷ୍ମଣ ନାୟକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
  • କୋରାପୁଟରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା । ଯୁବ ନେତୃତ୍ବରେ ହେଉଥିବା ଆନ୍ଦୋଳନରେ ଅନେକଙ୍କୁ ଗିରଫ କରାଯାଇଥିଲା ।
  • 1943 ମସିହା ମାର୍ଚ୍ଚ 29ରେ ବନରକ୍ଷୀ ରାମାୟା ନାୟକଙ୍କୁ ହତ୍ୟା କରିବାର ମିଥ୍ୟା ଅଭିଯୋଗରେ ଲକ୍ଷ୍ମଣ ନାଏକଙ୍କୁ ଫାଶୀ ଦିଆଯାଇଥିଲା । ଲକ୍ଷ୍ମଣ ନାଏକଙ୍କ ଫାଶୀ ପରେ 1943 ମସିହାରେ କଟକରେ ଛାତ୍ର ଆନ୍ଦୋଳନକୁ ଆହୁରି ପ୍ରଶମିତ କରିଥିଲା ।
  • ଭାରତ ଛାଡ ଆନ୍ଦୋଳନ ଡାକରାରେ ଭଦ୍ରକର ରକ୍ତତୀର୍ଥ ଇରମ ଠାରେ ଗୁଳିକାଣ୍ଡ ଘଟିଥିଲା । ଯାହାକି ଦ୍ବିତୀୟ ଜାଲିୱାନାବାଗ ଘଟଣା ଭାବେ ଜଣାଶୁଣା ।
  • ରାଜାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ହୋଇଥିଲା । ଯାହାକି ଓଡ଼ିଶା ଇତିହାସରେ ଲିପିବଦ୍ଧ । ପ୍ରଜାଙ୍କ ଠାରୁ ଅଧିକ କର ଆଦାୟ କରାଯାଉଥିଲା । ଏହାକୁ ପ୍ରତିବାଦ କରି ହୋଇଥିଲା ଆନ୍ଦୋଳନ ।
  • 1938 ମସିହାରେ ହରେକୃଷ୍ଣ ମହତାବ, ସାରଙ୍ଗଧର ଦାସଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା ।
  • ଢେଙ୍କାନାଳରେ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ହୋଇଥିଲା । ଫଳରେ ଏଥିରେ ବାଧ୍ୟ ହୋଇ ହସ୍ତକ୍ଷେପ କରିଥିଲେ ବ୍ରିଟିଶ ସରକାର ।
  • ଏହି ଆନ୍ଦୋଳନ ଫଳରେ କର ହ୍ରାସ, ରାଜନୈତିକ ବନ୍ଦୀ ମୁକୁଳିଥିଲେ, ଓଡ଼ିଶାରେ ଗଡଜାତ ରାଜ୍ୟର ସମିଶ୍ରଣ ଓ ରାଜତନ୍ତ୍ରର ଅବସାନ ଘଟିଥିଲା ।
  • ସମସ୍ତଙ୍କ ଶତଚେଷ୍ଟା ପରେ 1936 ମସିହା ଏପ୍ରିଲ 1ରେ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହେଲା ଓଡ଼ିଶା । ସାର୍‌ ଜନ ହୁବକ ହେଲେ ଏହାର ପ୍ରଥମ ରାଜ୍ୟପାଳ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଫକିର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ । ତେବେ 2011 ମସିହାରେ ଓରିଶା ନାଁ ପରିବର୍ତ୍ତନ କରାଯାଇ ଓଡ଼ିଶା କରାଯାଇଛି ।

ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ସଂଘର୍ଷ:

  • 1912 ମସିହା ଅଗଷ୍ଟ 1ରେ 'ବିହାର ଓ ଓଡିଶା' ନାମରେ ଏକ ନୂତନ ପ୍ରଦେଶ ଗଠନ ସହ ଓଡ଼ିଶାକୁ ବିହାର ସରକାରଙ୍କ ଶାସନାଧିନ ରଖିଲେ । ଏହାପରେ ଓଡ଼ିଆ ଭାଷାଭାଷୀକୁ ନେଇ ରାଜ୍ୟ ଗଠନ ପାଇଁ ଦାବି ଉଠିଲା ।
  • 1800 ଶତାବ୍ଦୀର ଶେଷ ଭାଗରେ ଘଟିଥିବା ଆନ୍ଦୋଳନ ଭାରତର ହୋଇଥିବା ଅନେକ ଆନ୍ଦୋଳନ ମଧ୍ୟରୁ ଗୋଟିଏ ଥିଲା । ଯାହା ସାଂସ୍କୃତିକ ପୁନରୁଦ୍ଧାରକୁ ଗୁରୁତ୍ୱ ଦେଇଥିଲା ଏବଂ ପ୍ରାଚୀନ ଓଡ଼ିଆ ଅତୀତକୁ ଉଜାଗର କରିଥିଲା ।
  • 1903 ମସିହାରେ ମଧୂସୁଦନ ଦାସଙ୍କ ନେତୃତ୍ବରେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଯାହାକି ଓଡ଼ିଶା ଗଠନ ଦିଗରେ ବଡ଼ ପ୍ରଭାବ ପକାଇଥିଲା । ସ୍ବତନ୍ତ୍ର ଓଡ଼ିଶା ଗଠନ ଦିଗରେ ମଧୁବାବୁଙ୍କ ଅବଦାନ ଅନେକ ରହିଛି ।
  • 1920 ପରେ ଭାରତୀୟ ଜାତୀୟ କଂଗ୍ରେସ ଭାଷାଭିତ୍ତିକ ପ୍ରଦେଶ ପୁନଃଗଠନକୁ ପ୍ରମୁଖ ଅଂଶ କରିଥିଲା । ପରେ ତିନୋଟି ଭିନ୍ନ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ଶେଷରେ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ।
  • ବେଙ୍ଗଲ, ମାଡ୍ରାସକୁ ଦେଖିଲେ ଓଡିଆ କହୁଥିବା ଲୋକଙ୍କ ସଂଖ୍ୟା ବହୁତ କମ ଥିଲା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+