Get Updates
Get notified of breaking news, exclusive insights, and must-see stories!

ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରିତା ପାଇଁ ତତ୍ପରତା, ପୁନର୍ଗଠନ ପାଇଁ ଟାସ୍କ ଫୋର୍ସ

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(NEP)-୨୦୨୦ ଲାଗୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ୨୦୨୦ରେ ତତ୍କାଳୀନ ରାଜ୍ୟ ସରକାର ଗଠନ କରିଥିବା ଟାସ୍କଫୋର୍ସକୁ ପୁନର୍ଗଠନ କରାଯାଇଛି। ବର୍ତ୍ତମାନ ଗଠିତ ହୋଇଥିବା କମିଟିରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ନୂତନ ଭାବେ ନିମନ୍ତ୍ରିତ ଅତିଥିମାନଙ୍କୁ ସାମିଲ କରାଯାଇଛି।

ସେହିପରି ୨୦୨୦ରେ ଗଠନ ହୋଇଥିବା ୬ଟି ସବ୍ କମିଟି ମଧ୍ୟ ପୁନର୍ଗଠନ ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଟାସ୍କଫୋର୍ସରେ ଗଣଶିକ୍ଷା ବିଭାଗ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଟିଇ ଆଣ୍ଡ୍ ଏସ୍ସିଇଆରଟି ନିର୍ଦ୍ଦେଶକ, ଭୁବନେଶ୍ବରସ୍ଥିତ ଆର୍ଆଇଇ ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଟାସ୍କଫୋର୍ସର ଆବାହକ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ୟୁନିସେଫ୍, ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ(ସିଏସ୍ଏଫ୍), ଅକ୍ଷର ଫାଉଣ୍ଡେସନ, ଲାଙ୍ଗୁଏଜ୍ ଓ ଲର୍ଣ୍ଣିଂ ଫାଉଣ୍ଡେସନ, ପ୍ରଥମ, ଉଚ୍ଚଶିକ୍ଷା ବିଭାଗ ପ୍ରତିନିଧି ସ୍ବତନ୍ତ୍ର ଅତିଥି ଭାବେ ସ୍ଥାନ ପାଇଛନ୍ତି।

National Education Policy

ଉନ୍ନୟନ କମିସନର ଟାସ୍କଫୋର୍ସ ଅଧ୍ୟକ୍ଷ ୬ ସବ୍କମିଟି ମଧ୍ୟ ପୁନର୍ଗଠନ କରାଗଲା

ସେହିପରି ପୂର୍ବରୁ ଥିବା ୬ଟି ଯାକ ସବ୍ କମିଟିକୁ ପୁନର୍ଗଠନ କରାଯାଇଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ, ଗଣଶିକ୍ଷା ବିଭାଗ ଅଧୀନ ବିଭିନ୍ନ ସଂସ୍ଥା, ଶିକ୍ଷା ବିଶେଷଜ୍ଞମାନେ ସଦସ୍ୟ ଭାବେ ରହି ଦିଗ୍ଦର୍ଶନ ପ୍ରଦାନ କରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ 'ଶୈଶବ ଶିକ୍ଷା' ସବ୍କମିଟିରେ ୧୨ ଜଣ ସଦସ୍ୟ ରହିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ 'ଡ୍ରପ୍ଆଉଟ୍ ରେଟ୍ ଓ ସମସ୍ତଙ୍କୁ ଶିକ୍ଷା' ସମ୍ପର୍କିତ ସବ୍କମିଟିରେ ୧୩ଜଣ, ଟିଇ ଆଣ୍ଡ ଏସ୍ସିଇଆରଟି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ 'ପାଠ୍ୟକ୍ରମ' ସମ୍ପର୍କିତ ସବ୍କମିଟିରେ ୧୬ଜଣ, ଟିଇ ଆଣ୍ଡ ଏସ୍ସିଇଆରଟି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ 'ଶିକ୍ଷକ ଶିକ୍ଷା' ସବ୍କମିଟିରେ ୧୨ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ 'ଅନ୍ଲାଇନ୍ ଓ ଡିଜିଟାଲ ଶିକ୍ଷା' ସମ୍ପର୍କିତ କମିଟିରେ ୧୦ଜଣ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥ ସମ୍ପର୍କିତ ସବ୍କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି। ପ୍ରତି କମିଟିରେ ଜଣେ ଲେଖାଏ ସଦସ୍ୟ ଆବାହକ ଅଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+