Get Updates
Get notified of breaking news, exclusive insights, and must-see stories!

ଆହାର କେନ୍ଦ୍ରରେ ଖାଇବା ଦେଖି ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ, କହିଲେ ଏହା ପ୍ରଥମ ଓ ଶେଷ ୱାର୍ଣ୍ଣିଂ

ଆହାର କେନ୍ଦ୍ରରେ ଖାଇବା ଦେଖି ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ। କୋରାପୁଟ ସୁନାବେଡ଼ାରେ ଖାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ । ନିଜେ ଖାଇ ଆହାରର ମାନ ଯାଞ୍ଚ କରିବା ପରେ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ । ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ । ପରିବର୍ତ୍ତନ ହୁଅ ନ ହେଲେ ୟା ପରେ ବାତିଲ୍ କରିବି କହିଲେ ମନ୍ତ୍ରୀ । ଏହା ପ୍ରଥମ ଓ ଶେଷ ୱାର୍ଣ୍ଣିଂ କହି ସେଠାରୁ ଫେରିଲେ ମନ୍ତ୍ରୀ ।

Urban Development Minister

ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି । ସୁନାବେଡ଼ା ମ୍ୟୁନିସିପାଲିଟିରେ ଅଧିକାରୀ ଓ ଜନତାଙ୍କ ସହ ଆଲୋଚନା କରି ଥିଲେ । ସେମିଳିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଭେଣ୍ଟିଙ୍ଗ୍‌ ଜୋନ ପରିଦର୍ଶନ କରିଥିଲେ । ଶେଷରେ ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+