ପ୍ରକାଶ ପାଇଲା IAS ରେଜଲ୍ଟ, ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ

UPSC 2024 Result: ପ୍ରକାଶ ପାଇଲା IAS ରେଜଲ୍ଟ-2024 । ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍‌ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଏଥର ଭାରତୀୟ ପ୍ରଶାସନିକ ସେବା (IAS)ରେ ମୋଟ 180ଟି ପଦବୀ ପୂରଣ କରାଯିବ, ଯାହାକୁ ସବୁଠାରୁ ସମ୍ମାନଜନକ ସେବା ଭାବରେ ବିବେଚନା କରାଯାଏ। ଏଥିମଧ୍ୟରୁ ୭୩ଟି ପଦବୀ ଅଣସଂରକ୍ଷିତ, ୨୪ଟି ଏସସି, ୧୩ଟି ଏସଟି , ୫୨ଟି ଓବିସି ପାଇଁ ଏବଂ ୧୮ଟି EWS ବର୍ଗ ପାଇଁ ସଂରକ୍ଷିତ।

UPSC 2024 Result

ସେହିପରି ଚଳିତ ବର୍ଷ IPS ଅର୍ଥାତ୍ ଭାରତୀୟ ପୋଲିସ ସେବା ପାଇଁ 150ଟି ପଦବୀ ଘୋଷଣା କରାଯାଇଛି। ଏଥିରେ, 60ଟି ପଦବୀ ଅଣସଂରକ୍ଷିତ, 23ଟି SC, 10ଟି ST, 42ଟି OBC ଏବଂ 15ଟି EWS ପାଇଁ ସଂରକ୍ଷିତ।

ଏଥର ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ରହିଛନ୍ତି ହର୍ଷିତା ଗୋୟଲ । ଡୋଙ୍ଗରେ ଅର୍ଚିତ ପରାଗ ୩ୟ ସ୍ଥାନରେ, ଶାହା ମାର୍ଗି ଚିରାଗ ୪ର୍ଥ । ସେହିପରି ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଶି ବଂଶଲ ସପ୍ତମ, ରାଜକ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରମ ଅଗ୍ରୱାସ ୯ମ, ମୟଙ୍କ ତ୍ରୀପାଠୀ ଦଶମ ସ୍ଥାନରେ ରହିଥିବା ବେଳେ ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+