UPI News Odisha: ବଢ଼ିଲା UPI ଟ୍ରାଞ୍ଜାକ୍ସନ ଲିମିଟ୍
ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଭଲ ଖବର । ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ ।
ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି । ହଁ ଆଜ୍ଞା, NPCIର ବଡ଼ ଘୋଷଣା । ବଢ଼ିଲା UPI ଟ୍ରାଞ୍ଜାକ୍ସନର ଲିମିଟ୍ । ଯଦି ଆପଣ ମଧ୍ୟ Phonepe, Paytm କିମ୍ବା Gpay ଭଳି ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ।
NPCIର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ UPI ୟୁଜର୍ସମାନେ ପେମେଣ୍ଟ ପାଇଁ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏହି ନୂଆ ପରିବର୍ତ୍ତିତ ନିୟମ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ ହେବ । NPCI ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେବା ପରେ, କୁହାଯାଉଛି ଯେ ଏହି ପରିବର୍ତ୍ତନଗୁଡ଼ିକ ବଡ଼ ପେମେଣ୍ଟ ପାଇଁ UPIକୁ ଅଧିକ ଉପଯୋଗୀ କରିବ । ଏହା ଦେଶରେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପେମେଣ୍ଟକୁ ସହଜ କରିବ ।

ଏହା ବିଶେଷ କରି ସେମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଇନ୍ସ୍ୟୁରାନ୍ସ ପ୍ରିମିୟମ, ଋଣ EMI, ଷ୍ଟକ୍ ମାର୍କେଟ୍ ଇନଭେଷ୍ଟମେଣ୍ଟ, ସରକାରୀ ଫିସ୍ କିମ୍ବା ବିଗ୍ ଟ୍ରିପ୍ ବୁକିଂ ଭଳି ବଡ଼ ଦୈନିକ ପେମେଣ୍ଟ କରୁଛନ୍ତି । ଯଦି ଆପଣ Phonepe, Paytm କିମ୍ବା Gpay ଭଳି ଆପ୍ ବ୍ୟବହାର କରନ୍ତି, ତେବେ ଆସନ୍ତୁ ଜାଣିବା ୟୁପିଆଇରେ କ'ଣ ସବୁ ପରିବର୍ତ୍ତନ ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଟ୍ୟାକ୍ସ ଭରିବାର ଶେଷ ଦିନ ରହିଛି । ତେଣୁ ଏହି କାରଣରୁ NPCI ୟୁପିଆଇ ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି ।
ଏଣିକି ଲୋକମାନେ ଗୋଟିଏ ଥରରେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ଯାହାର ଫାଇଦା ସମସ୍ତ UPI ୟୁଜର୍ସଙ୍କୁ ମିଳିବ । ତେବେ ଏହି ପରିବର୍ତ୍ତନ କେବଳ ପର୍ସନଟୁ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବାକୁ ଯାଉଛି । ଅର୍ଥାତ ଆପଣ ନିଜ ଆକାଉଣ୍ଟରୁ ବୀମା କମ୍ପାନି, ବ୍ରୋକରେଜ୍ ଫର୍ମ, ଟ୍ୟାକ୍ସ ପୋର୍ଟାଲକୁ ଟଙ୍କା ପଠାଇପାରିବେ । ପର୍ସନ-ଟୁ-ପର୍ସନ ଟ୍ରାଞ୍ଜାକ୍ସନ ପାଇଁ ଏହି ଲିମିଟ୍ ପୂର୍ବଭଳି ୧ ଲକ୍ଷ ଟଙ୍କା ହିଁ ରଖାଯାଇଛି ।
ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ବଢିଲା ଟ୍ରାଞ୍ଜାକ୍ସନ୍ ଲିମିଟ୍?
-ଏବେ UPI ମାଧ୍ୟମରେ ଏକାଥରକେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇପାରିବ ।
-ଇନ୍ସ୍ୟୁରାନ୍ସ ଏବଂ କ୍ୟାପିଟାଲ ମାର୍କେଟ୍ କ୍ଷେତ୍ରରେ ପୂର୍ବରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲିମିଟ୍ ଥିଲା, ଯାହାକୁ ଏବେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତିଦିନ ପାଇଁ ୧୦ ଲକ୍ଷ ଟଙ୍କା କରାଯାଇଛି ।
-ସେହିପରି ଋଣ EMI କ୍ଷେତ୍ରରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ଲିମିଟ୍ ରଖାଯାଇଛି ।
-କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କ୍ଷେତ୍ରରେ ପୂର୍ବରୁ ସୀମା ୨ ଲକ୍ଷ ଟଙ୍କା ଥିଲା, ଯାହାକୁ ଏବେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ଡେଲି ଲିମିଟ୍ ୬ ଲକ୍ଷ ଟଙ୍କା ରହିବ ।
-NPCIର ଏହି ଲିମିଟ୍ ସବୁ ବ୍ୟାଙ୍କ୍, ଆପ୍ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରଙ୍କ ପାଇଁ ଲାଗୁ ହେବ । ତେବେ ଯଦି ଫୋନ୍ ପେ ଏବଂ ଗୁଗୁଲ୍ ପେ'ରେ ଏହି ସବୁ ପେମେଣ୍ଟ କରୁଥିବେ, ତେବେ ଆପଣ ଏବେ ଅଧିକ ଟଙ୍କା ପେମେଣ୍ଟ କରିପାରିବେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications