ବିଧାନସଭା ଶୀତ ଅଧିବେଶନ: ଦିନକୁ ସାଢେ ୪ ଘଣ୍ଟା ଗୃହକାର୍ଯ୍ୟ, 20 ଅତିରିକ୍ତ ବଜେଟ୍
ଆସନ୍ତା 20 ତାରିଖ (ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ ।
ଭୁବନେଶ୍ୱର: ଆସନ୍ତା 20 ତାରିଖ (ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ଗୃହ କାର୍ଯ୍ୟ ପାଇଁ ଗାଇଡ ଲାଇନ ପ୍ରସ୍ତୁତ ହୋଇଛି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଅନୁଯାଇ, ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା । ଦିନ ସାଢ଼େ ୧୦ଟାରୁ ୧ଟା ଓ ଅପରାହ୍ଣ ୩ଟାରୁ ୫ଟାରୁ ଚାଲିବ ଗୃହକାର୍ଯ୍ୟ । କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହକାର୍ଯ୍ୟ । ରହିବ ନାହିଁ ପ୍ରଶ୍ନକାଳ ।
ସେହିପରି କୋଭିଡ୍ ପାଇଁ ତାରକା ପ୍ରଶ୍ନ ବନ୍ଦ ରହିବ । ଅନ୍ୟପଟେ ବିଧାନସଭାର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ ବୋଲି କହିଛନ୍ତି ବାଚସ୍ପତି । ନଭେମ୍ବର ୨୯ରେ ବିଧାନସଭାରେ ବଜେଟ ପାରିତ ହେବ । ସେହିପରି ଆବଶ୍ୟକୀୟ କାଗଜପତ୍ର ବିଧାୟକଙ୍କ ଘରକୁ ଡାକ ଯୋଗେ ପଠାଯିବ। କୋଭିଡ୍ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସି ମାଧ୍ୟମରେ ରହିପାରିବେ ।

ସେପଟେ କିନ୍ତୁ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧି ବର୍ଷି ଆରମ୍ଭ କରି ଦେଇଛନ୍ତି । ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ପ୍ରଦୀପ କହିଛନ୍ତି, ପ୍ରଶ୍ନକାଳ ବାତିଲକୁ ଆମେ ବିରୋଧ କରୁଛୁ । ୪ ଘଣ୍ଟା ବଦଳରେ ୫ ଘଣ୍ଟା ଗୃହ ଚାଲିଥିଲେ କିଛି ଅସୁବିଧା ହୋଇ ନଥାନ୍ତା ।
ସେପଟେ ବୈଟକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମୀଳ ମଲ୍ଲିକ କହିଛନ୍ତି, କୋରୋନା ପାଇଁ ପ୍ରଶ୍ନକାଳ ବାତିଲ କରାଯାଇଛି, ପ୍ରଶ୍ନକାଳ ରହିଲେ ମନ୍ତ୍ରୀମାନେ ବାରମ୍ବାର ବୈଠକ ନେବେ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ବୈଠକ ନେବେ । କୋରୋନା ନେଗେଟିଭ ଆସୁଥିବା ବ୍ୟକ୍ତି ବିଧାନସଭାକୁ ଆସୁଛନ୍ତି, ତେଣୁ ଏହି ଅଧିକାରୀମାନଙ୍କୁ ବିଧାନସଭାକୁ ଆସିବାରେ ଅସୁବିଧା ହେବ, ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ।












Click it and Unblock the Notifications