Cyclone in Odisha: 'ଓଡ଼ିଶାକୁ ନାହିଁ ବାତ୍ୟା ବିପଦ'

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଏଭଳି ଆଶ୍ୱସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆରକେ ଜେନାମଣି ।

ଭୁବନେଶ୍ବର: ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଏଭଳି ଆଶ୍ୱସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆରକେ ଜେନାମଣି । ଆସନ୍ତାକାଲି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହା ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ସେ କହିଛନ୍ତି ।

Odisha Cyclone

ଗତିପଥ ବଦଳାଇବାର ଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ । ଗତିପଥ ବଦଳାଇବା ପରେ ଓଡ଼ିଶା ଉପକୂଳରୁ ଦୂରକୁ ଚାଲିଯିବ । ୯ ଓ ୧୦ ତାରିଖରେ ସମୁଦ୍ରରେ ପବନ ବେଗ ୭୦ରୁ ୯୦ କିମି ରହିବ । ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ ତାରିଖରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆରକେ ଜେନାମଣି ।

ସେପଟେ ଡିପ୍ରେସନରେ ପରିଣତ ହୋଇଛି ୱେଲ ମାର୍କ୍ଡ ଲୋପ୍ରେସର । ଆଜି 11.30 ମିନିଟରେ ଡିପ୍ରେସନରେ ପରିଣତ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶାଖାପାଟନମର ଦକ୍ଷିଣ-ପୂର୍ବରେ 1270 କିଲୋମିଟର ଏବଂ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ 1300 କିଲୋମିଟର ଦୂରରେ ରହିଛି ସମ୍ଭାବ୍ୟ ବାତ୍ୟା ।

ଜେନାମଣିଙ୍କ ପୂର୍ବରୁ ସମାନ କଥା କହିଥିଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଥିଲେ ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ୧୦ ତାରିଖରେ ଗତିପଥ ବଦଳାଇବ । ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ତାରିଖ ଯାଏଁ ସମାନ ଦିଗରେ ଯିବ । ୧୦ ସଂଧ୍ୟା ଯାଏ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ଦିଗ ବଦଳାଇବା ସମ୍ଭାବନା । ଦିଗ ବଦଳାଇ କ୍ରମେ ଉତ୍ତର-ଉତ୍ତରପୂର୍ବକୁ ଗତି କରିବ ବାତ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+