ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗିଲା ତାତି, ଅଂଶୁଘାତ ନେଲା ୪୧ ଜୀବନ

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରାରେ କଲବଲ ହେଉଛନ୍ତି କଲେ । ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ ଏବଂ ଅନ୍ୟ ସ୍ଥାନରେ ତିନି ଜଣଙ୍କର ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି ।

weather

ରାଉରକେଲା ଆରଜିଏଚରେ ୧୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଏବଂ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ମେଡିକାଲରେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରବଳ ଖରା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୁନ୍ଦରଗଡ ସମେତ ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଝାରୁସୁଗୁଡାରେ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ ହୋଇଛି । ଘଟଣା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।

ଆରଜିଏଚ ହସ୍ପିଟାଲକୁ ଯାଇଛନ୍ତି ଏଡିଏମ, ପାନପୋଷ ଉପଜିଲ୍ଲାପାଳ । ତରୁନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯାଇଛନ୍ତି । ସେହିଭଳି ସୁନ୍ଦରଗଡ ହସପିଟାଲରେ ୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+