Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅହିଂସା ରଥକୁ ଅଭୁତପୂର୍ବ ସ୍ବାଗତ

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପରିକ୍ରମା କରିଛି ଅହିଂସା_ରଥ। ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ନେଇ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ଏହି ରଥକୁ ହିଞ୍ଜିଳିକାଟୁରେ ମିଳିଛି ବିପୁଳ ଜନ ସମ୍ବର୍ଦ୍ଧନା।

ଭୁବନେଶ୍ୱର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପରିକ୍ରମା କରିଛି ଅହିଂସା_ରଥ। ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ନେଇ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ଏହି ରଥକୁ ହିଞ୍ଜିଳିକାଟୁରେ ମିଳିଛି ବିପୁଳ ଜନ ସମ୍ବର୍ଦ୍ଧନା। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ସହରରେ ଶତାଧିକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ଆସ୍କା ସହରରେ ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଏବଂ ବିଧାୟକ ମଂଜୁଳା ସ୍ବାଇଁ ସ୍ବାଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ahimsa rath
ବ୍ରହ୍ମପୁର ସହରରେ ଅହିଂସା ରଥ

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା ଅହିଂସା ରଥକୁ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଏବଂ ମେୟରଙ୍କ ସମେତ ବହୁ ବିଶିଷ୍ଟ ଜନନେତା ଓ ଅଧିକାରୀ ଅହିଂସା ରଥ ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ।

ଇତି ମଧ୍ୟରେ ଅହିଂସା ରଥ 28 ଜିଲ୍ଲା ପରିକ୍ରମା କରି ଆଜି ଦ୍ୱିତୀୟ ଦିବସରେ ଗଞ୍ଜାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପରିକ୍ରମା କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ 4ଟି ଅହିଂସା ରଥ ବୀରପୁତ୍ରମାନଙ୍କ ତ୍ୟାଗ ଓ ଆମ୍ବୋତ୍ସର୍ଗର ବାର୍ତ୍ତା ବହନ କରି ପୁରପଲ୍ଲୀରୁ ସହର , ସହରରୁ ଗ୍ରାମ ଓ ଗ୍ରାମରୁ ଗ୍ରାମ ପରିକ୍ରମା କରିଚାଲିଛି । ଆଜି ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ , ଆସ୍କା , ଧରାକୋଟରେ ପରିକ୍ରମା କରିଥିବାବେଳେ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିଥିଲା ।

meeting

ବ୍ରହ୍ମପୁରଠାରେ ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଭି . ବିବେକ ରେଡ୍ଡୀ, ଡେପୁଟି କମିଶନର ନୀଳ ମାଧବ ଭୋଇ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା , ଛାତ୍ରଛାତ୍ରୀ ମହା ଆଡମ୍ବର ସହକାରେ ଅହିଂସା ରଥକୁ ସ୍ଵାଗତ କରିଥିଲେ । ମଣ୍ଡଳ କାରାଗାର ପରିସରରେ ଥିବା ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ଠାରେ ବିପୁଳ ଜନସମାଗମ ସହ ରଥଟିକୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଏକ ସାଧାରଣ ସଭା ଆୟୋଜନ କରି ମାନ୍ୟବର ସାଂସଦ ସାହୁ ଦେଶର ପ୍ରଗତିରେ ଅହିଂସା ହେଉଛି ମୂଳମନ୍ତ୍ର ବୋଲି କହିବା ସହ ଅହିଂସା ନୀତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

ଶାଶ୍ୱତୀ କଳା ଅନୁଷ୍ଠାନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ପରେପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଳ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଉତ୍ସାହର ସହ ଜାତୀୟ ପତାକା ସହିତ ଅହିଂସା ରଥକୁ ସ୍ଵାଗତ କରାଯାଇଥିଲା । ଖଲ୍ଲିକୋଟ କଲେଜ ଖେଳପଡିଆ ଠାରେ ଏଲ୍.ଇ.ଡି. ଭ୍ୟାନ୍ ରେ ଶହୀଦ ଲକ୍ଷ୍ମଣ ନାଯକଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ମଧୁଭବନ ଓ ବାରାକୁ ଠାରେ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗାନ୍ଧିନଗର ଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମେୟର ଶ୍ରୀମତୀ ବଳେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ପରେ ଆସ୍କା ରୋଡ୍ , ଲିଙ୍ଗମ୍ ବ୍ୟାଙ୍କ ଏବଂ ଟାଉନ୍ ହଲ୍ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅନ୍ୟ ଅହିଂସା ରଥଟି ହିଞ୍ଜିଳି ଠାରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର , ବ୍ଲକ୍ ଅଧ୍ୟକ୍ଷା ସରସ୍ଵତୀ ସେଠୀ , ମ୍ୟୁନିସିପାଲିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ , ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା , ତହସିଲଦାର ପ୍ରଭାତ କୁମାର ପରିଡା , କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ , ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା , ଛାତ୍ରଛାତ୍ରୀ ଅହିଂସା ରଥକୁ ବିପୁଳ ଉତ୍ସାହର ସହ ସ୍ଵାଗତ କରିଥିଲେ । ଉଭୟ ରଥ ପରିଭ୍ରମଣ ସମୟରେ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉଦ୍ଦୀପନା ଦେଖାଦେବା ସହ ହଜାର ହଜାର ଜନତା ଶୋଭାଯାତ୍ରାରେ ସାମିଲ ହୋଇ ସତ୍ୟ , ଶାନ୍ତି ଓ ନ୍ୟାୟର ମାର୍ଗ ତଥା ଅହିଂସା ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି । ଆଜି ଅହିଂସା ରଥ କେନ୍ଦ୍ରାପଡ଼ା ଜିଲ୍ଲାର 5ଟି ବ୍ଲକ୍‌ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରିକ୍ରମା କରିଛି । ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଏମ୍.ଏଚ୍ . ଉଚ୍ଚବିଦ୍ୟାଳୟ ଓ ପି.ଏଲ୍ . ବିଦ୍ୟାପୀଠରେ ଭିଡ଼ିଓ ସୋ ପ୍ରଦର୍ଶନ ସହ ଅହିଂସା ନୀତି ଓ ଗାନ୍ଧୀବାଦର ପ୍ରଚାର କରିବା ପରେ ରାଜନଗର ବ୍ଲକ୍ ଅନ୍ତର୍ଗତ ଏସ୍.ବି. ଗୋପାଳପୁରର ଗାନ୍ଧୀ ପାର୍କ , ରାଜନଗର ଉଚ୍ଚବିଦ୍ୟାଳୟ , ମହିଷାସୁର ଓ ହାର୍ଡିନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ରାଜନଗର ହାଇସ୍କୁଲଠାରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ବ୍ଲକ ପ୍ରଶାସନର କର୍ମଚାରୀମାନଙ୍କ ସହ ବିଡ଼ିଓ , ବ୍ଲକ୍ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

ଅନ୍ୟ ଏକ ରଥ ଗରଦପୁର , ମାର୍ଶାଘାଇ , ମହାକାଳପଡ଼ା ବ୍ଲକ୍‌ର ଜୟରାମ ହାଇସ୍କୁଲ , ମାହାଳ , ଗରଦପୁର ବ୍ଲକ୍ ପରିସର , ମାର୍ଶାଘାଇ କଲେଜ, ମହାକାଳପଡ଼ା ବ୍ଲକ୍ ପରିସର, ବାଲିଗୁଡ଼ା ଛକ, ଛପାଲି ବଜାର, ରାମନଗର ବଜାରରେ ପରିକ୍ରମା କରିବା ସହ ଏହିସବୁ ସ୍ଥାନରେ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ଆଜି ରଥ ପରିକ୍ରମା ସମୟରେ ସମସ୍ତ ସ୍ଥାନମାନଙ୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+