ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତ୍ୟୁଦେହ ଉଦ୍ଧାର, ମିଳିନି ପରିଚୟ
A woman was found dead in Bindu Sagar: ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି । ଆଜି ସକାଳେ ପୋଖରୀରର ଉତରେଶ୍ୱର ଘାଟରେ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଲିଙ୍ଗରାଜ ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ । ତେବେ ମହିଳା ଜଣଙ୍କର ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇ ନାହିଁ ।

ମହିଳାଙ୍କ ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କର ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇ ନାହିଁ ତେବେ ଏହା ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଲିଙ୍ଗରାଜ ଥାନା ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କକିଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।












Click it and Unblock the Notifications