ଭୁବନେଶ୍ୱର ବିମାନ ବନ୍ଦରରେ ଅଜଣା ଆତଙ୍କ
ସ୍ଥାନୀୟ ବିମାନ ବନ୍ଦରରେ ଅଜଣା ବ୍ୟାଗକୁ ନେଇ ଆତଙ୍କ । ଟର୍ମିନାଲ-୧ରେ ଅଜଣା ବ୍ୟାଗକୁ ନେଇ ଯାତ୍ରୀ ଭୟଭୀତ । ସନ୍ଧାନୀ କୁକୁର ଓ ପୋଲିସ ପହଞ୍ଚି ଯାଞ୍ଚ ପରେ ବ୍ୟାଗ ଜବତ ହୋଇଛି ।
ଭୁବନେଶ୍ୱର: ସ୍ଥାନୀୟ ବିମାନ ବନ୍ଦରରେ ଅଜଣା ବ୍ୟାଗକୁ ନେଇ ଆତଙ୍କ । ଟର୍ମିନାଲ-୧ରେ ଅଜଣା ବ୍ୟାଗକୁ ନେଇ ଯାତ୍ରୀ ଭୟଭୀତ । ସନ୍ଧାନୀ କୁକୁର ଓ ପୋଲିସ ପହଞ୍ଚି ଯାଞ୍ଚ ପରେ ବ୍ୟାଗ ଜବତ ହୋଇଛି । ତେବେ ଏହି ବ୍ୟାଗ କାହାର, କିଏ ଏଠାରେ ଛାଡିକି ଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସେ ଯାହା ବି ହେଉ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ସବୁ ସ୍ଥାନ ଉପରେ ସିସିଟିଭି କ୍ୟାମେରା ରଖିଛି ନଜର । ଏମିତି ସ୍ଥିତିରେ କେହି ବ୍ୟାଗ ଛାଡ଼ି ଚାଲିଯିବାକୁ ନେଇ ପ୍ରଶ୍ନବାଚୀ ଛିଡା କରୁଛି ।
ଦୁଇଦିନ ପୂର୍ବରୁ ବିମାନ ବନ୍ଦରରେ ଏମିତି ଏକ ଅଜଣଶ ବ୍ୟାଗକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ବାରମ୍ବାର ଏପରି ଅଜଣା ବ୍ୟାଗ ଏୟାରପୋର୍ଟରୁ ମିଳିବା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।












Click it and Unblock the Notifications