ଅଜଣା ଜନ୍ତୁ ଆତଙ୍କ, ୨୦ରୁ ଅଧିକ ଛେଳି ମୃତ
ଅଜଣା ଜନ୍ତୁ ଆତଙ୍କ, ୨୦ରୁ ଅଧିକ ଛେଳି ମୃତ
ଗଞ୍ଜାମ: କୌଣସି ଅଜଣା ଜନ୍ତୁର ଶିକାରରେ ୨୦ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ବେଳେ ୫ଟି ଛେଳି ନିଖୋଜ ଅଛନ୍ତି । ଏତେ ସଂଖ୍ୟାରେ ଛେଳି ଏକ ସମୟରେ ମରିବା ପରେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ତି ବ୍ଲକ ଗାଁରେ ଦେଖିବା ପାଇଁ ମିଳିଛି ଏପରି ଘଟଣା । ଖଲିଙ୍ଗୀ ଗାଁର ଦାସ ଗୌଡ଼ ନାମକ ବ୍ୟକ୍ତି ରାତିରେ ଗୁହାଳରେ ୨୫ଟି ଛେଳି ବାନ୍ଧି ରଖିଥିବା ବେଳେ ଆଜି ସକାଳେ ଦେଖିବା ବେଳକୁ ୨୦ ଛେଳିଙ୍କ ମୃତ ଦେହ ପଡିଥିବା ବେଳେ ୫ ଟି ଛେଳିଙ୍କ ପତ୍ତା ମିଳୁନାହିଁ ।

ତେବେ କୌଣସି ଅଜଣା ଜନ୍ତୁର ଆକ୍ରମଣରେ ଏପରି ଘଟିଥିବା ନେଇ ସନ୍ଦେହ କରାଯାଉଛି । ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଛି ଦିନ ହେଲା ଗାଁରେ ଗାଈ-ବଳଦ ଲିମ୍ପିଂ ରୋଗରେ ଆକ୍ରାନ୍ତ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ତେବେ ଏତେ ସଂଖ୍ୟାରେ ଛେଳିଙ୍କ ମୃତ୍ୟୁ ଏହି ଭାଇରସ ପାଇଁ ମଧ୍ୟ ହୋଇ ପାରିଥାଏ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications