ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍: ସୂର୍ଯ୍ୟବଂଶୀ ସୂରଜ
ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍। ଗୃହରେ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର। ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ବଜାୟ ରହିବ ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ନିଯୁକ୍ତି କ୍ଷମତା ବିଶ୍ବବିଦ୍ୟାଳୟଗୁଡ଼ିକୁ ଦିଆଯିବ, ବିଚାର ଚାଲିଛି ।

ଆଗାମୀ ଦିନରେ ସମୁଦାୟ ୨୮୪୩୯ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁ ୫୬୩୩ ସ୍କୁଲ ବନ୍ଦ ହୋଇଥିଲା ବିଜେଡି ସରକାର ସମୟରେ ତାହା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି । କୋର୍ଟର ରାୟ ଆସିବା ପରେ ଆମ ସରକାର ଖୋଲିବାକୁ ନିଷ୍ପତ୍ତି ନେବ ।ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ମଧ୍ୟାହ୍ନ ଭୋଜନ ଟଙ୍କା ବୃଦ୍ଧିକୁ ନେଇ ମୋହନ ସରକାର ମଧ୍ୟ ଚିନ୍ତିତ ଅଛନ୍ତି । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନ ଟଙ୍କା ଅଧିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ଆମ ସରକାରଙ୍କ ପ୍ରାଥମିକତା । ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ୧୬୦୦ ନୂଆ ହଷ୍ଟେଲ ହେବ । ପ୍ରତି ହଷ୍ଟେଲ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ । ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟ ସରକାରଙ୍କ ଅଧୀନରେ ୪୩ଟି ବିଶ୍ଵବିଦ୍ୟାଳୟ ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୮ ସରକାରୀ ଓ ୭ ଘରୋଇ ସମେତ ୨୫ ବିଶ୍ଵବିଦ୍ୟାଳୟ ଅଛି। ଦକ୍ଷତା ବିକାଶ ବିଭାଗ ଅଧୀନରେ ୩ ସରକାରୀ ଓ ୫ ଘରୋଇକୁ ମିଶାଇ ୮ଟି, ୧ଟି କୃଷି ବିଶ୍ଵବିଦ୍ୟାଳୟ, ୩ଟି ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ ୩ ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ୧ଟି ସେଣ୍ଟ୍ରାଲ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ୧ଟି ଓଡ଼ିଆ ବିଶ୍ଵବିଦ୍ୟାଳୟ ରହିଛି । ବିଶ୍ଵବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଅଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ ବିଶ୍ଵବିଦ୍ୟାଳୟରେ କୁଳପତି ଅଛନ୍ତି। କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ଵବିଦ୍ୟାଳୟ OSD ଜରିଆରେ ଚାଲିଛି । କାରଣ କୁଳାଧିପତି କୁଳପତି ଚୟନ କରନ୍ତି । କୁଳପତି ଚୟନ ନ ହେବା ଯାଏଁ OSD ଜରିଆରେ କାର୍ଯ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦ୍ଦେଶ ରହିଛି । ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା । ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି । ୨୦୧୪ ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୭ ଜୁନ ୧୬ରେ ସରିବ । ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୫ ଅଗଷ୍ଟ ୩୧ରେ ସରିବାକୁ ଯାଉଛି।ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ କଣ ?
ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ। ଏଥିରେ ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା । ସଂଶୋଧିତ ଆଇନ ୟୁଜିସି ଦ୍ଵାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା। ବିଶ୍ଵବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଥିଲା। ଏହା ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।












Click it and Unblock the Notifications