ନିଆରା ବାହାଘର: ମାର୍କଣ୍ଡି ସାଜିଛି ବାଛୁରୀ, ବର ସାଙ୍ଗରେ ଗଲା କନିଆଁ ଘର
ଭୁବନେଶ୍ୱର: ରାଜଧାନୀରେ ନିଆରା ବାହାଘର । ମାର୍କଣ୍ଡି ସାଜିଛି ବାଛୁରୀ । ବର ସାଙ୍ଗରେ କାର ଭିତରେ ବସି ବାଛୁରୀ ମାର୍କଣ୍ଡି ହୋଇ
କନିଆଁ ଘରକୁ ଯାଉଛି ।
ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନୁହେଁ ବରଂ ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରୁ ଆସିଛି ଏପରି ଚିତ୍ର । କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବି ଏପରି କରାଯାଇନି । ବରଂ ବର ଜଣେ ଅତି ସଚେତନ ବ୍ୟକ୍ତି ଏବଂ ସେ ଜାଣି ଜାଣି ଏପରି କରିଛନ୍ତି । ତେବେ କାହିଁକି ସେ ମାର୍କଣ୍ଡିରେ ଏମିତି ବାଛୁରୀକୁ ସଜେଇ ନେଇଛନ୍ତି ଜାଣିଲେ ଆପଣଙ୍କ ମନ ବି ଖୁସି ହୋଇଯିବ ।

ଗୋ' ସେବା ଓ ଗୋ' ସୁରକ୍ଷାର ବାର୍ତ୍ତା ଦେଇ ନିଜ ବାହାଘରକୁ ନିଆରା ଭାବେ କରିଛନ୍ତି ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରା।
ଦୀର୍ଘ ୨୦ ବର୍ଷ ଧରି ସେ ଗୋ ସେବା କରି ଆସୁଛନ୍ତି । ଗୋମାତା ପ୍ରତି ତାଙ୍କର ଏହି ଭଲପାଇବା ଏପରି ଏକ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା । ବାଛୁରୀକୁ ସେ ମାର୍କଣ୍ଡି ବେଶରେ ସଜାଇ ପୂଜାର୍ଚ୍ଚନା କରି କାରଭିତରେ ନିଜ କୋଳରେ ବସାଇ ନେଇଥିଲେ ତାରାକାନ୍ତି ।
ତାରାକାନ୍ତ କହନ୍ତି, ଗାଈକୁ ଆମେ ମା'ର ଆସନ ଦେଇଛୁ । ଗାଈକୁ ହତାଦର ନ କରି ତାର ଯତ୍ନ ନେବା ଦରକାର । ଗୋମାତାଙ୍କ ଶରୀରରେ ଦେବତା ଅବସ୍ଥାନ କରନ୍ତି । ତେଣୁ ବାହାଘରରେ ବାଛୁରୀ ଗଲେ ମୋତେ ସେମାନଙ୍କ ଆଶୀର୍ବାଦ ମିଳିବ । ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତୁ ବାଲି ସେ ଆଶା ରଖିଛନ୍ତି । ତାରାକାନ୍ତଙ୍କ ଏପରି ନିଆାରା ବାହାଘରକୁ ସାରା ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।












Click it and Unblock the Notifications