ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଆରା ପଦକ୍ଷେପ ; ମହିଳାଙ୍କ କାନ୍ଧରେ ବନ୍ଦେ ଭାରତ ଏକ୍ସପ୍ରେସର ଦାୟିତ୍ବ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ରେଳବିଭାଗର ନିଆରା ପଦକ୍ଷେପ । ମହିଳାଙ୍କ କାନ୍ଧରେ ବନ୍ଦେ ଭାରତ ଏକ୍ସପ୍ରେସର ଦାୟିତ୍ବ । ଯିଏ ପରିବାର ଚଳାଇପାରୁଛି ସିଏ କାହିଁକି ଟ୍ରେନ୍ ଚଳାଇପାରିବନି... ସେହି ଉଦ୍ଦେଶ୍ୟରେ ସିଏସଏମଟିରୁ ସିରିଡି ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସମସ୍ତ ଦାୟିତ୍ବ ଆଜି ଦିନକ ପାଇଁ ମହିଳାମାନେ ନେଇଛନ୍ତି ।

Vande Bharat Express

ଟ୍ରେନ୍ ନଂ ୨୨୨୨୩- ଯାହା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ସିରିଡି ଅଭିମୁଖେ ଯାତ୍ରା କରୁଛି ସେହି ଟ୍ରେନର ସମସ୍ତ କ୍ରିୟୁ ମେମ୍ବର ମହିଳା ଅଟନ୍ତି । ଲୋକୋ-ପାଇଲଟ ଠାରୁ ସହକାରୀ ଲୋକୋ-ପାଇଲଟ, ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ ସମସ୍ତେ ଆଜି ସେ ଟ୍ରେନରେ ମହିଳା ହିଁ ଅଛନ୍ତି ।

ରେଳ ମନ୍ତ୍ରାଳୟ ଦ୍ବାରା ଏହି ଐତିହାସିକ ନିଷ୍ପତ୍ତି ଦେଶରେ ପ୍ରଥମ ଥର ପାଇଁ ନିଆଯାଇଛି । ଯାହା ମହିଳାଙ୍କ ସାମର୍ଥ, ଆତ୍ମଶକ୍ତି, ତ୍ୟାଗ, କର୍ତ୍ତବ୍ୟପରାୟଣତା ଏବଂ ନେତୃତ୍ବ ନେବାର କ୍ଷମତାକୁ ପ୍ରତିପାଦିତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+