Get Updates
Get notified of breaking news, exclusive insights, and must-see stories!

ବାଲିଚନ୍ଦ୍ରପୁର ଯୁବଗୋଷ୍ଟୀଙ୍କ ନିଆରା ଦୀପାବଳି ପାଳନ

"ବାଣକୁ ନାଁ, ଦିବ୍ୟାଙ୍ଗଙ୍କ ସହ ପାଳିବା ଦୀପାବଳି" । ଏମିତି କିଛି ନିଆର ଚିନ୍ତାଧାର ସହ ନିଜର ଦୀପାବଳି ପାଳନ କରିଛନ୍ତି ବାଲିଚନ୍ଦ୍ରପୁର ସ୍ଥିତ ଯୁବଗୋଷ୍ଟୀ ସଙ୍ଘ (ଟିମ୍ ଖଟି) ।

କଟକ: "ବାଣକୁ ନାଁ, ଦିବ୍ୟାଙ୍ଗଙ୍କ ସହ ପାଳିବା ଦୀପାବଳି" । ଏମିତି କିଛି ନିଆର ଚିନ୍ତାଧାର ସହ ନିଜର ଦୀପାବଳି ପାଳନ କରିଛନ୍ତି ବାଲିଚନ୍ଦ୍ରପୁର ସ୍ଥିତ ଯୁବଗୋଷ୍ଟୀ ସଙ୍ଘ (ଟିମ୍ ଖଟି) । ଆଲୋକର ଏହି ପର୍ବ ଦୀପାବଳିରେ ଅନ୍ଧାରକାର ମୟ ଜୀବନ ବିତାଉଥିବା କିଛି ନିରିହ ଦିବ୍ୟାଙ୍ଗଙ୍କ ସହ ନିଜ ଦୀପାବଳି ପାଳନ କରିଛି ଟିମ୍ ଖଟି ।

Diwali 2021

କଟକ ମାହାଙ୍ଗା ସ୍ଥିତ ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନରେ ରହୁଥିବା 30 ଜଣ ଦିବ୍ୟାଙ୍ଗଙ୍କୁ ସୁଖିଲା ଖାଦ୍ୟ, ଫଳମୂଳ, କ୍ୟାଣ୍ଡେଲ ବଣ୍ଟନ କରିଛି ଏହି ସଙ୍ଘ । ଏହି ଅବସରରେ ସଙ୍ଘର ସଭାପତି ପବିତ୍ର କୁମାର ସାହୁ କହିଛନ୍ତି, ଆଜିର ପ୍ରଥ ଭ୍ରଷ୍ଟ ହୋଇଥିବା ଯୁବଗୋଷ୍ଟୀଙ୍କ ଚିନ୍ତାଧାରଠୁ କିଛି ଭିନ୍ନ କରିବାର ଆମର ଏହି ପ୍ରୟାସ ରହିଛି । ଯାହା ଆଗାମୀ ଦିନରେ ମଧ୍ୟ ସଙ୍ଘ ଜାରି ରଖିବ ବୋଲି ସେ କହିଛନ୍ତି । ସ୍ବାଧିନତା ଦିବସ, ଗଣତନ୍ତ୍ର ଦିବସ, ନୂଆବର୍ଷ ଭଳି ପବିତ୍ର ଦିନ ଅବସରରେ ସ୍ଥାନୀୟ ଅଞ୍ଚଳରେ ଥିବା ଏମିକି କିଛି ଚାରିଟେବୁଲ ଫାଉଣ୍ଡେସନ ସହିତ ସେମାନେ ଯୋଡି ହେବାର ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି ।

Diwali 2021

ତେବେ ଆଜି ଏହି କାର୍ଯ୍ୟକ୍ରମରେ ସଙ୍ଘର ଅନ୍ୟ ସଦସ୍ୟ ଅଜିତ୍, ସୌମ୍ୟଜିତ୍, କୈବଲ୍ୟ, ସ୍ମାରକ, ଜ୍ୟୋତି, ସିପୁ ପ୍ରମୁଖ ସାହଯ୍ୟର ହାତ ବଢାଇଥିଲେ । ଏହି ଯୁବଗୋଷ୍ଟୀଙ୍କ ଏଭଳି ନିଆର ପ୍ରୟାସ ପାଇଁ ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନର ମ୍ୟାନେଜର ବିଭୂତି ଭୂଷଣ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଦିପାବଳୀ ଅବସରରେ ଖାଦ୍ୟ, କ୍ୟାଣ୍ଡେଲ ପାଇ ଦିବ୍ୟାଙ୍କ ଛାତ୍ରଛାତ୍ରୀମାନେ ଖୁସିଥିବା କହିଛନ୍ତି ।

Diwali 2021
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+