ସୁନ୍ଦରଗଡ଼ର ପର୍ଯ୍ୟଟସ୍ଥଳଗୁଡ଼ିକୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଦିବାସୀମନ୍ତ୍ରୀ ଜୁଏଲ ଓରାମ

ସୁନ୍ଦରଗଡ଼ରେ ରହିଛି ୧୩ରୁ ଅଧିକ ପର୍ଯ୍ୟଟନସ୍ଥଳ। ହେଲେ ଆଜି ପର୍ଯ୍ୟନ୍ତ ବିକାଶ ଦେଖିଛି ମାତ୍ର ୩/୪ଟି ପର୍ଯ୍ୟଟନସ୍ଥଳ। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏସବୁସ୍ଥଳକୁ ଆଦୌ ପର୍ଯ୍ୟଟନ ବିଭାଗ ଗୁରୁତ୍ବ ଦେଇନି। ଗତ ସରକାର ସମୟରେ ବେଦବ୍ୟାସ, ଖଣ୍ଡାଧାର, ପିତାମହଲ ଡ୍ୟାମ୍‌ ଏମିତି କିଛି ପର୍ଯ୍ୟଟନସ୍ଥଳକୁ ବାଦ୍‌ ଦେଲେ ଅନ୍ୟ କେଉଁ ସ୍ଥାନ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନି।

Joel Oram

ଫଳରେ ସୁନ୍ଦରଗଡ଼ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ଏବେ ସରକାର ବଦଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଶାସନ କରୁଛି।

କେନ୍ଦ୍ର ଆଦିବାସୀମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ର ପର୍ଯ୍ୟଟସ୍ଥଳଗୁଡ଼ିକୁ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଚିଠି ଲେଖିଛନ୍ତି। ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୮ଟି ପର୍ଯ୍ୟଟନସ୍ଥଳର ତାଲିକା ଦେଇଛନ୍ତି। ଏଗୁଡ଼ିକ ମଧ୍ୟରେ ରହିଛି ବଣାଇ ବ୍ଲକ ଅନ୍ତର୍ଗତ ବଣାଇର ବାବା ବାଶେଣ୍ବର ମହାଦେବ ମନ୍ଦିର, ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତର ସିଙ୍ଗା‌ରଦେଇ, ତଳବାହାଲିର ଅଶୋକ ଝରଣ, ଫୁଲ୍‌ଝରର ମିରିଗ୍‌ ଲୋଟିନି, ବରିଟୋଲାର ବିଶେଶ୍ବର ମହାଦେବ, ଦର୍ଜିଂର ଦେଓଧର, କଲେଇପୋଷ ପଞ୍ଚାୟତର କଟା, ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବଣେଇକେଲା ପଞ୍ଚାୟତର ବାଦଲଗିରି ଜଳପ୍ରପାତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+