ବିଶ୍ୱସ୍ତରୀୟ ଆୟୋଜନ କରିଛି ଓଡିଶା: ଅନୁରାଗ ଠାକୁର
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓଡିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍
କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓଡିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିସାବାସୀଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ।

ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା କହିଛନ୍ତି ଠାକୁର। ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ହକି ସମେତ ଦେଶରେ ଖେଳ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ଉଦ୍ୟମ କରୁଥିବା ବେଳେ ରାଜ୍ୟଗୁଡିକ ମଧ୍ୟ ବହୁ ଅବଦାନ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡା ପ୍ରେମୀ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଭାରତ କୋଭିଡ ମହାମାରୀର କଠିନ ସମୟରେ ମଧ୍ୟ ଭାରତୀୟ ହକି ଦଳକୁ ସମସ୍ତ ସମର୍ଥନ ଯୋଗାଇ ଦିଆଯାଇଥିଲା ଯାହା ଦ୍ୱାରା ୨୦୨୨ ଟୋକିଓ ଅଲିମ୍ପିକରେ ଭାରତ ବ୍ରୋଞ୍ଜ ଜିତିଥିଲା। କେବଳ ଓଡିଶା ନୁହେଁ ସମଗ୍ର ଦେଶକୁ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ଉପହାର ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ତଥା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ହକି ପୁରୁଷ ବିଶ୍ୱକପରୁ ଇତିହାସ ସୃଷ୍ଟି କରିବାକୁ ସେ ଉତ୍ସାହୀ ଦର୍ଶକଙ୍କୁ ଆହ୍ୱାନ ଦେଇଥିଲେ।












Click it and Unblock the Notifications