ଓଡ଼ିଶାରେ ୪ କେନ୍ଦ୍ରମନ୍ତ୍ରୀ, କଳିଙ୍ଗ ଷ୍ଟାଡ଼ିୟମରେ ଦେଖିଲେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ମ୍ୟାଚକୁ ଉପଭୋଗ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ମ୍ୟାଚକୁ ଉପଭୋଗ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

kalinga stadium

ଭାରତ ଓ ଆମେରିକା ମଧ୍ୟରେ ଆୟୋଜିତ ଫୁଟବଲ ମ୍ୟାଚକୁ ଧର୍ମେନ୍ଦ୍ର ପ୍ରଧାନ ଉପଭୋଗ କରିଥିଲେ । ସେ କହିଛନ୍ତି ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଫିଫା ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) ସହଯୋଗରେ ଏହି ବିଶ୍ୱକପ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି ।

ଆଜି ଦେଶରେ କ୍ରୀଡ଼ାର ବାତାବରଣ ବଦଳିଛି । ଆଜି ଭୁବନେଶ୍ୱରରେ ଆୟୋଜିତ ମ୍ୟାଚରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପାରମାଣିକ, ଫିଫାର ମହାସଚିବ ଫାତମା ସମୌରା, ଏଆଇଏଫଏଫର ସଭାପତି କୌଲ୍ୟାଣ ଚୌବେଙ୍କ ଉପସ୍ଥିତି ଦ୍ୱାରା ଫୁଟବଲ୍ କ୍ରୀଡାର ମହତ୍ତ୍ୱ ବଢ଼ିଛି ।

ଉଭୟ ଦଳର ଖେଳାଳୀ ମାନଙ୍କର ଉଚ୍ଚ ମାନର କ୍ରୀଡ଼ା ପ୍ରଦର୍ଶନକୁ ପ୍ରଧାନ ପ୍ରଶଂସା କରିଛନ୍ତି । ସେହିପରି ଭାରତର ଖେଳାଳୀ ମାନଙ୍କୁ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+