ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ

କେନ୍ଦ୍ର ଶକ୍ତି, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗତକାଲି ଭୁବନେଶ୍ୱରଠାରେ ଓଡ଼ିଶାର ଶକ୍ତି କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଥିଲେ ।

ଏହି ବୈଠକରେ ପାଉଁଶ (ଫ୍ଲାଏ ଆଶ୍) ର ଉପଯୋଗ, କ୍ଷମତା ବୃଦ୍ଧି, ସଞ୍ଚାରଣ ଭିତ୍ତିଭୂମି ଏବଂ ବିଦ୍ୟୁତ ଆବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

ଫ୍ଲାଇ ଆଶ ଉପଯୋଗ ଲକ୍ଷ୍ୟ ପ୍ରାପ୍ତି ପ୍ରସଙ୍ଗରେ ଶ୍ରୀ ମନୋହର ଲାଲ ଆଶ୍ୱାସନା ଦେଇଥିଲେ ଯେ, ଫ୍ଲାଇ ଆଶ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ ବ୍ୟବସ୍ଥା ସମେତ ଏହି ପ୍ରସଙ୍ଗର ବ୍ୟାପକ ସମାଧାନ ନିମନ୍ତେ କୋଇଲା, ପରିବେଶ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏକ ମିଳିତ ବୈଠକ ଡକାଯିବ।

Manohar Lal Reviews Power Sector in Odisha

ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ରାଜ୍ୟ ସରକାର ବୈଠକରେ ସୂଚନା ଦେଇଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ୨୦ ଗିଗାୱାଟ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି ଏବଂ ୧୦ ଗିଗାୱାଟ ଅତିରିକ୍ତ କ୍ଷମତା ବିକାଶ ପାଇଁ ଯୋଜନା କରାଯାଇଛି ଯାହା ଆସନ୍ତା ୫ ରୁ ୬ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଅଧିକ ପିଟ-ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟର ବିକାଶକୁ ପ୍ରୋତ୍ସାହିତ କରିଥିଲେ, ଯେଉଁଥିରେ ଅନ୍ୟ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ସହିତ ମିଳିତ ଉଦ୍ୟୋଗ ସାମିଲ ରହିଛି।

ସଞ୍ଚାରଣ କ୍ଷେତ୍ରରେ ଓଡ଼ିଶାର ରାଜ୍ୟବ୍ୟାପୀ ଯୋଜନା ରଣନୀତି ଏବଂ ଭୁବନେଶ୍ୱର ଓ କଟକ ଭଳି ସହରକୁ ବିଦ୍ୟୁତ ଯୋଗାଣ ସୁଦୃଢ଼ କରିବା ଲାଗି ନିକଟରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ରାଇଟ୍ ଅଫ୍ ୱେ (ଆରଓଡବ୍ଲ୍ୟୁ) ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ଓଡ଼ିଶାର ରାଜ୍ୟବ୍ୟାପୀ ସଞ୍ଚାରଣ ନେଟୱର୍କ ଅଧୀନରେ ଗ୍ରୀନ୍ ଏନର୍ଜି କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସଂକଳନ ପ୍ରକ୍ରିୟା ସମାପ୍ତ ହେବା ପରେ ୩୧ ମାର୍ଚ୍ଚ, ୨୦୨୫ ପରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଦ୍ୱାରା ଗ୍ରହଣ କରାଯିବ।

ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାକୁ ସାମିଲ କରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଏହି ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ଗ୍ରହଣ କରାଯିବ। ବିଦ୍ୟୁତ ଆବଣ୍ଟନ ସମ୍ପର୍କରେ ସେ କହିଥିଲେ ଯେ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଏନଏଲସିଆଇଏଲର ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ ମିଳିବ।

କେନ୍ଦ୍ର ମନ୍ତ୍ରୀ ମନୋହର ଲାଲଙ୍କ ଏହି ଗସ୍ତ ଓଡ଼ିଶାର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟରେ ଶକ୍ତି କ୍ଷେତ୍ରର ନିରନ୍ତର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+