କମ୍ପିବ ପ୍ରଚାର ମଇଦାନ ;କାଲି ଜୟଶଙ୍କର, ୫ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ବିଜେପି ଫୋକସରେ ଓଡ଼ିଶା । ପ୍ରଚାର ପାଇଁ ଦିଲ୍ଲୀ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ । ଓଡ଼ିଶାରେ ବିଜେପି ଏଥର ଭଲ ପ୍ରଦର୍ଶନ କରିବା ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି କେନ୍ଦ୍ରୀୟ ନେତୃତ୍ଵ । ସେଥି ପାଇଁ ରାଜ୍ୟରେ ବିଜେପି କର୍ମୀଙ୍କ ମନବଳ ଦୃଢ଼ କରିବା ପାଇଁ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ନେତା ।

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍.ଜୟଶଙ୍କର । ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।ନଡ୍ଡାଙ୍କ ପରେ ଆସନ୍ତା ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦି ।
ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ।୬ ତାରିଖ ଦିନ ୧୦ଟାରେ ବ୍ରହ୍ମପୁର କନିଷିରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ । ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍ କରୁଛି । ଏଠାରେ ଜିତିବା ସମ୍ଭାବନା ଥିବାରୁ ନଡ୍ଡାଙ୍କ ପରେ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ୧୧ତାରିଖରେ ପୁଣି ଓଡ଼ିଶାକୁ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି ।ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ତାରିଖରେ ରାୟଗଡ଼ା ଗସ୍ତରେ ଯିବେ । କାଶୀପୁର ବ୍ଲକ୍ ଟିକିରିରେ ସମାବେଶ କରିବେ ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରରେ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ପ୍ରଚାରର ଅନୁକୂଳ କରି ବିଜେଡି ବିକାଶରେ ବିଶ୍ୱାସ କରେ ବୋଲି କହିଥିଲେ । ନବୀନଙ୍କର ଏହି ଦୁଇ ସମାବେଶ ଉପରେ ବିଜେପି ଓ କଂଗ୍ରେସର ନଜର ରହିଛି । ତିନି ଦଳର ପ୍ରଚାର କାର୍ଯ୍ୟସୂଚୀରୁ ସ୍ପଷ୍ଟ ଯେ ଆଗକୁ ପ୍ରଚାର ଆହୁରି ଅଧିକ ହେବ।












Click it and Unblock the Notifications