Get Updates
Get notified of breaking news, exclusive insights, and must-see stories!

କମ୍ପିବ ପ୍ରଚାର ମଇଦାନ, ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ମନ୍ତ୍ରୀ ଏସ ଜୟଶଙ୍କର

ନିର୍ବାଚନୀ ପ୍ରଚାରରେ କଂପିବ ଓଡ଼ିଶା । ସେଥି ପାଇଁ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା ଗସ୍ତରେ ବିରୋଧୀ ଛାନିଆ । ଆଜି ଓଡ଼ିଶାରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର ସେଠାରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବିପୁଳ ସ୍ଵାଗତ କରାଯାଇଥିଲା । ତାଙ୍କର ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ।

S Jaishankar

ସବୁଠି ନିର୍ବାଚନୀ ତାତି। ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ବିପକ୍ଷଙ୍କୁ ଟାର୍ଗେଟ୍‌ କରିବେ ଦଳର ନେତା। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର ପ୍ରଚାର ପାଇଁ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି। ଭୋଟରଙ୍କ ମନ ଜିଣିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି।ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର।

ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।ନଡ୍ଡାଙ୍କ ପରେ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦି । ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ।୬ ତାରିଖ ଦିନ ୧୦ଟାରେ ବ୍ରହ୍ମପୁର କନିଷିରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ । ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍‌ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+