କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଏକ ଟ୍ରାକ୍ଟର କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି ।
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଏକ ଟ୍ରାକ୍ଟର କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ନିଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଗାଡିକୁ ଟ୍ରାକ୍ଟରଟି ଭାରସମ୍ୟ ହରାଇ ଆସି ବାଡେଇ ଥିଲା। ଡ୍ରାଇଭର, ପିଏ, ପିଏସଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି।












Click it and Unblock the Notifications