ରୋଜଗାର ମେଳାରେ ୩୩୦ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱରସ୍ଥିତ ସିଏସଆଇଆର - ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ରୋଜଗାର ମେଳାରେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରାୟ ୩୩୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

Joel Oram

ଓଡ଼ିଶାରେ ଆୟୋଜିତ ରୋଜଗାର ମେଳାରେ ପ୍ରାର୍ଥୀମାନଙ୍କ ମଧ୍ୟରୁ ଆୟକର ବିଭାଗ, ଆଇଆଇଟି ଭୁବନେଶ୍ବର, ସିଆରପିଏଫରେ ଜଣେ ଲେଖାଏଁ, ସିଆଇଏସଏଫରୁ ତିନି ଜଣ, ପୂର୍ବତଟ ରେଳବାଇରେ ୧୩ ଜଣ, ଭାରତୀୟ ଷ୍ଟେଟବ୍ୟାଙ୍କରେ ୨୪ ଜଣ, ଏମ୍ସ ଭୁବନେଶ୍ୱରରୁ ୭୦ ଜଣ ଓ ଡାକ ବିଭାଗରେ ୨୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ କ୍ରମାଗତ ଭାବେ ରୋଜଗାର ମେଳା ଆୟୋଜନ କରାଯାଇ ଆସୁଛି।

ସିଏସଆଇଆର-ଆଇଏମଏମଟି ପରିସରରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ୍ କହିଛନ୍ତି, ବର୍ତ୍ତମାନର ସରକାର ସାର୍ବଜନୀନ ରୋଜଗାର ମେଳା ଆୟୋଜନ କରି ଯୁବବର୍ଗଙ୍କୁ ବ୍ୟାପକ ସଂଖ୍ୟାରେ ସରକାରୀ ଚାକିରି ଦେଉଛନ୍ତି। ଦେଶର ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିନବ ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ଏଭଳି କାର୍ଯ୍ୟକ୍ରମ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ଚାକିରି ସୁଯୋଗ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ ହେବା ଲାଗି ଅନୁପ୍ରାଣିତ କରିବ। ସରକାର କେବଳ ଚାକିରି ସୃଷ୍ଟି କରୁନାହାନ୍ତି, ବରଂ ଯୁବବର୍ଗଙ୍କୁ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ବୋଲି ଶ୍ରୀ ଓରାମ୍ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+