Get Updates
Get notified of breaking news, exclusive insights, and must-see stories!

ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଓ ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲା ରେଳ ଷ୍ଟେସନ ଠାରେ ହର୍ ଘର୍ ତ୍ରିରଙ୍ଗା, ଆଜାଦୀ କା ଅମୃତ ମହୋତ୍ସବରେ ଫଟୋ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ।

ରାଉରକେଲା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲା ରେଳ ଷ୍ଟେସନ ଠାରେ ହର୍ ଘର୍ ତ୍ରିରଙ୍ଗା, ଆଜାଦୀ କା ଅମୃତ ମହୋତ୍ସବ ଏବଂ ବିଭାଜନ ବିଭୀଷିକା ସ୍ମୃତି ଦିବସ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଫଟୋ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ।

dharmendra pradhan

ଇତିହାସ ପୃଷ୍ଠାରେ ଆନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ କାହାଣୀ ଉପରେ ଅନୁଷ୍ଠିତ ଏହି ଫଟୋ ପ୍ରଦର୍ଶନୀ ଦେଖିବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏହି ପ୍ରଦର୍ଶନୀ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ୟମାନଙ୍କ ମଧ୍ୟରେ ଭାରତର ଗୌରବମୟ ଇତିହାସ ଏବଂ ସଂସ୍କୃତି ପ୍ରଦର୍ଶନ କରୁଅଛି । ଆମର ଆଗାମୀ ପିଢି ଇତିହାସ ପୃଷ୍ଠାରେ ଆନାଲୋଚିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଜାଣିବା ସହ ସେମାନଙ୍କ ଠାରୁ ପ୍ରେରଣା ନେବା ଆବଶ୍ୟକ । ଏହି ପ୍ରଦର୍ଶନୀ ଆମ ଯୁବଶକ୍ତିଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

ଏହି ପ୍ରଦର୍ଶନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ସହ ତ୍ରିରଙ୍ଗା ପ୍ରଦାନ କରିଥିଲେ ।

ସେହିପରି ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଶୁଭାରମ୍ଭ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆହ୍ୱାନ କରିଛନ୍ତି । ଏହି ଅଭିଯାନକୁ ଐତିହାସିକ ଜନଆନ୍ଦୋଳନର ରୂପ ଦେବା ପାଇଁ ଲୋକମାନେ ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+