Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୋରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୧୫ରୁ ୨୦ ମିନିଟ୍ ରହିଥିଲେ । ଫେରିବା ବେଳେ ବାଇଶି ପାହାଚରେ ଧର୍ମେନ୍ଦ୍ରଙ୍କୁ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ ସେବାୟତ । ପରେ ସିଂହଦ୍ବାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ତାଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁରୀ ଏସପି ଉପସ୍ଥିତ ଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ବଗଲା ଧର୍ମଶାଳା ପରିସରରେ ଚାଲିଥିବା ଭାରତୀୟ ମଜଦୂର ସଂଘର ୨୧ତମ ଜାତୀୟ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ । ଏହି ୩ଦିନିଆ ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ ,୪ ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+