ଟିକେଟ ଘୋଷଣା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ କହିଛନ୍ତି , ମହାପ୍ରଭୁଙ୍କ କୃପାରୁ ଜନତାଙ୍କ ସେବା କରିବା ପାଇଁ ସୌଭାଗ୍ୟ ମିଳିଛି । ଜନତା ଗୁଣ୍ଡୁଚି ମୂଷା ଭଳି ଆମକୁ ସେବା କରିବାକୁ ସୁଯୋଗ ଦେବେ ଏତିକି କାମନା କରୁଛୁ।
ମହାପ୍ରଭୁ ବି ନବ କଳେବର ହୁଅନ୍ତି । ପରିବର୍ତ୍ତନ ଏକ ପ୍ରକ୍ରିୟା ବୋଲି ସେ କହିଛନ୍ତି । ତାଙ୍କ ସହ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅନ୍ସ୍ଲାରେ ଭୋଟର ବେଶ ଖୁସି ହୋଇଛନ୍ତି । ଏମିତିକି ବାଣ ଫୁଟାଇ ସେଲିବ୍ରେସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ ?

Dharmendra Pradhan

ବରଗଡରୁ ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର - ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ - ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ - କାଲେରାମ ମାଝୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+