କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଭୁବନେଶ୍ୱର, କଟକ ଏବଂ କୋରାପୁଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସ ଅବସରରେ କୋରାପୁଟ ଜିଲ୍ଲା କୋଟିଆର ଜନସାଧାରଣଙ୍କ ସହ ଉତ୍କଳ ଦିବସ ପାଳନ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ଶ୍ରୀ ପ୍ରଧାନ କଟକ ଷ୍ଟେସନରେ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ ସମାରୋହରେ ଯୋଗଦେବେ। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆୟୋଜିତ 'ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକଟ୍' ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବେ।
ସେହିପରି ମାର୍ଚ୍ଚ ୩୧ ତାରିଖରେ ଭୁବନେଶ୍ୱର ସୋଆ ଅଡିଟୋରିୟମରେ ସାମାଜିକ ସଂଗଠନ 'ଆମେ ଓଡ଼ିଆ' ପକ୍ଷରୁ ଆୟୋଜିତ 'ଓଡ଼ିଶା @୧୦୦ ବଡ ଭାବିବା, ବଡ଼ ସ୍ୱପ୍ନ ଦେଖିବା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ କୋରପୁଟ ଜିଲ୍ଲା ଦାମନଯୋଡି ପର୍ଯ୍ୟନ୍ତ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ । କୋଟିଆରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ 'ଉତ୍କଳ ଦିବସ' କାର୍ଯ୍ୟକ୍ରମରେ ଯୋଗ ଦେବେ ।
ପରବର୍ତ୍ତୀ ସମୟରେ ଶ୍ରୀ ପ୍ରଧାନ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିବେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications