Get Updates
Get notified of breaking news, exclusive insights, and must-see stories!

ଆମେରିକାର ନୂଆ ଶକ୍ତି ସଚିବଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ୍ ବୈଠକ

ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲାମଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନଫରେସିଂ ମାଧ୍ୟମରେ ଭର୍ଚୁଆଲ୍ ବୈଠକ କରିଛନ୍ତି।

ଭୁବନେଶ୍ୱର: ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲାମଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ କନଫରେସିଂ ମାଧ୍ୟମରେ ଭର୍ଚୁଆଲ୍ ବୈଠକ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଊର୍ଜା ସମ୍ପର୍କ ଉପରେ ସମୀକ୍ଷା କରିଥିଲେ।

Union minister

ଉଭୟ ନେତୃତ୍ୱ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜାର ପ୍ରଚାରପ୍ରସାର କରିବା, କମ ପ୍ରଦୂଷଣଯୁକ୍ତ ମାର୍ଗ ଆପଣାଇବା ଏବଂ ସବୁଜ ଉର୍ଜା ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ କାମ କରିବା ପାଇଁ ଶ୍ରୀ ପ୍ରଧାନ ଏବଂ ଆମେରିକାର ସଚିବ ସହମତି ପ୍ରକାଶ କରିଛନ୍ତି।

ସେହିପରି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସ୍ୱଚ୍ଛ ଊର୍ଜା କ୍ଷେତ୍ର ଯଥା ଜୈବଇନ୍ଧନ, କାର୍ବନ କ୍ୟାପଚର ଆଣ୍ଡ୍ ଷ୍ଟୋରେଜ(ସିସିୟୁଏସ), ହାଇଡ୍ରୋଜେନ ଉତ୍ପାଦନ ଏବଂ କାର୍ବନ ଅଧିଗ୍ରହଣ ଏବଂ ଆଡଭାନ୍ସ କ୍ଲିନ୍ ଏନର୍ଜି ରିସର୍ଚ୍ଚ (ପିଏସିଇ-ଆର)ରେ ମିଳିତ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ମନ୍ତ୍ରୀ ସହମତି ହୋଇଥିଲେ। ଶୀଘ୍ର ଭାରତ-ଆମେରିକାର ଋଣନୈତିକ ଉର୍ଜା ସମ୍ପର୍କର ତୃତୀୟ ବୈଠକ ଅନୁଷ୍ଠିତ ହେବା ନେଇ ମଧ୍ୟ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଜେନିଫର ଗ୍ରାନହୋଲମ ଆମେରିକାର ଉର୍ଜା ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+