ଧାମନଗର ଉପନିର୍ବାଚନରେ ମାତୃଶକ୍ତି ଓ ଯୁବଶକ୍ତିର ବିଜୟ ହୋଇଛି: ଧର୍ମେନ୍ଦ୍ର ପ୍ରଧାନ

ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି। ଗଣତନ୍ତ୍ରର ବିଜୟ ହୋଇଛି। ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ। ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

Dharmendra Pradhan

ସେପଟେ ଭଦ୍ରକ ଧାମନଗର ରେ ବିଜେପି ର ବିପୁଳ ବିଜୟରେ ଦଳ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ଓଡିଶା ର ପ୍ରତ୍ୟକ ଜିଲାରେ ଆରମ୍ଭ ହେଲା ବିଜୟ ଉତ୍ସବ। ଏହି କ୍ରମରେ କଟକ ରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ଏହି ବିଜୟ ଯାତ୍ରାର ପର୍ବ। କଟକ ମହାନଗର ବିଜେପି ପକ୍ଷରୁ ଗୌରୀ ଶଙ୍କର ପାର୍କ ନିକଟରେ ବାଣ ଫୁଟାଇ ମିଠା ଖୁଆଇ ନାଚି ଏହି ବିଜୟ ଉତ୍ସବ ପାଳନ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଆମ ଦଳକୁ ବିଜୟୀ କରିଥିବା ଧାମନଗରବାସୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି । ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି । ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି। ସୂରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାରୁ ମୁଁ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ଉପନିର୍ବାଚନରେ ବିଜୟୀ ହୋଇଥିବା ଆମ ଦଳର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+