ଉତ୍କଳ ବିଶ୍ୱବିଦ୍ୟାଳୟକୁ ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ନିଜ ବର୍ଷକର ବ୍ୟକ୍ତିଗତ ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବର: ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ନିଜ ବର୍ଷକର ବ୍ୟକ୍ତିଗତ ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଟଙ୍କାକୁ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ଏନେଇ ନିଜେ ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ସେ ଏବେ ଏହାର ଆଲୁମିନିର ମଧ୍ୟ ସଦସ୍ୟ ଅଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ବିକାଶ ସ୍ୱରୂପ ସେ ନିଜ ବର୍ଷକର ଦରମା ପ୍ରଦାନ କରିଛନ୍ତି ।
Hon'ble Governor congratulated Union Minister of @PetroleumMin Sri @dpradhanbjp for his gesture of benevolence towards his alma mater - Utkal University. Sri Pradhan has handed a year’s personal salary to Hon'ble Govornor-cum-Chancellor, towards development of Vani Vihar.
— Governor Odisha (@GovernorOdisha) April 1, 2021












Click it and Unblock the Notifications