ନବ ଦାସଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦିପାଳୀଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 dharmendra pradhan

ଭୁବନେଶ୍ୱର: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦିପାଳୀଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରଗଡ଼ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ଏବଂ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ତା ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଥାଉ ଯେ, ଗତ ଜାନୁଆରୀ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ସମୟରେ ପୋଲିସ ଏଏସଆଇ
ଗୋପଳ କୃଷ୍ଣ ଦାସ ଗୁଳି କରି ତାଙ୍କୁ ହାତ୍ୟା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା ।

ସେହିପରି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଗସ୍ତରେ ଆସି ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତିଙ୍କ ପତ୍ନୀ ତଥା ବ୍ରଜନଗରର ବିଧାୟିକା ଅଳକା ମହାନ୍ତିଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସମୟରେ ବିଜେଡି ବରିଷ୍ଠ ନେତା ସୁରେଶ ପୂଜାରୀ ଏବଂ ବିଜେପି ନେତା ଟଙ୍କଧର ତ୍ରୀପାଠୀ ମଧ୍ୟ ଉପସ୍ଥିତ ଥିଲେ । ୨୦୨୧ ଡିସେମ୍ବର ୩୦ ତାରିଖରେ କିଶୋର ମହାନ୍ତିଙ୍କର ଦେହାନ୍ତ ହେବା ପରେ ତାଙ୍କ ପତ୍ନୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+