ରାହୁଲଙ୍କ ସିଧସିଧା ଶୁଣାଇ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଶସ୍ତା ରାଜନୀତି...
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଛାତ୍ରୀଙ୍କର ଅକାଳ ବିୟୋଗକୁ ନେଇ ରାହୁଲଙ୍କର ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏକ ସମ୍ବେଦନଶୀଳ ବିଷୟକୁ ରାଜନୈତିକ ଅସ୍ତ୍ର କରିବା ତାେଙ୍କର ଶସ୍ତା ମାନସିକତାକୁ ଦର୍ଶାଉଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସର୍ବଦା ମହିଳାମାନଙ୍କର ସୁରକ୍ଷା ଓ ନ୍ୟାୟ ଲାଗି ଠୋସ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ସବୁ ବେଳେ ଦୁର୍ଘଟଣାରୁ ରାଜନୈତିକ ଫାଇଦା ନେବା ଲାଗି କାମ କରିଛି। ଏହି ଘଟଣାରେ ଓଡ଼ିଶା ସରକାର ପୀଡ଼ିତାଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାରିକୁ ଛଡ଼ାଯିବ ନାହିଁ। ଏବେ ସମୟ ଶସ୍ତା ରାଜନୀତିର ସମୟ ନୁହେଁ, ବରଂ ପୀଡ଼ିତା ପରିବାରକୁ ନ୍ୟାୟ ଦେବାର ସମୟ। ରାହୁଲ ଗାନ୍ଧୀ ନିଜର ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଲାଗି ପୀଡ଼ତାଙ୍କ ପରିବାରକୁ କ୍ଷମା ମାଗିବା ଉଚିତ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସର୍ବଦା ମହିଳାମାନଙ୍କର ସୁରକ୍ଷା ଓ ନ୍ୟାୟ ଲାଗି ଠୋସ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ସବୁ ବେଳେ ଦୁର୍ଘଟଣାରୁ ରାଜନୈତିକ ଫାଇଦା ନେବା ଲାଗି କାମ କରିଛି। ଏହି ଘଟଣାରେ ଓଡ଼ିଶା ସରକାର ପୀଡ଼ିତାଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାରିକୁ ଛଡ଼ାଯିବ ନାହିଁ। ଏବେ ସମୟ ଶସ୍ତା ରାଜନୀତିର ସମୟ ନୁହେଁ, ବରଂ ପୀଡ଼ିତା ପରିବାରକୁ ନ୍ୟାୟ ଦେବାର ସମୟ। ରାହୁଲ ଗାନ୍ଧୀ ନିଜର ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଲାଗି ପୀଡ଼ିତାଙ୍କ ପରିବାରକୁ କ୍ଷମା ମାଗିବା ଉଚିତ।












Click it and Unblock the Notifications