Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ୭ଟି ଏବଂ କଟକରେ ୪ଟି ସିଏନଜି ଷ୍ଟେସନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା ଜିଲ୍ଲାରେ ୭ଟି ଏବଂ କଟକ ଜିଲ୍ଲାରେ ୪ଟି ସିଏନଜି ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୭ଟି ଏବଂ କଟକ ଜିଲ୍ଲାରେ ୪ଟି ସିଏନଜି ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସାମନ୍ତରାପୁର ଠାରେ ଆଇଓସିଏଲର ଲିଙ୍ଗରାଜ ଫିଲିଂ ଷ୍ଟେସନ, ଏନଏଚ-୧୬ ନିକଟରେ ଥିବା ଏଚପିସିଏଲର ରାଜପଥ ମୋଟର, ଏନଏଚ୍ ୧୬ ଦଳେଇପୁଟ ଠାରେ ଥିବା କୋକୋଖୋର୍ଦ୍ଧା ଫିଲିଂ ଷ୍ଟେସନ, କିଆଝରି ଠାରେ ଥିବା ନନ୍ଦି ଫିଲିଂ ଷ୍ଟେସନ, ଟାଙ୍ଗି ରାମେଶ୍ୱର ଛକ ଠାରେ ଥିବା ପାଇକରାୟ ଫିଲିଂ ଷ୍ଟେସନ, ପାହାଳରେ ଥିବା ମା ବିଶେଶ୍ୱରୀ ଫିଲିଂ ଷ୍ଟେସନ, ଖୋର୍ଦ୍ଧା ଅଗଲପଡ଼ା ଠାରେ ଥିବା ବାଲାଜୀ ଫିଲିଂ ଷ୍ଟେସନରେ ସିଏନଜି ଯୋଗାଣର ଶୁଭାରମ୍ଭ କରାଯାଇଛି ।

Dharmendra Pradhan

ସେହିପରି କଟକ ଜିଲ୍ଲାର ଭାନପୁର ଠାରେ ଥିବା ଟ୍ୱିନ୍ ସିଟି ପେଟ୍ରୋଲିୟମ ଲିମିଟେଡ୍‌, ଟାଙ୍ଗି କାଇରାପାରି ଠାରେ ଥିବା ମାଁ ଦୁର୍ଗା ଫିଲିଂ ଷ୍ଟେସନ, ଟାଙ୍ଗିର କଟୋ ସାହୀ ସ୍ଥିତ ଗୁରୁ ମହାରାଜ ଫିଲିଂ ଷ୍ଟେସନ, ଚୌଦ୍ୱାର କଟକ ସ୍ଥିତ ରଶ୍ମି ଫିଲିଂ ଷ୍ଟେସନରେ ମଧ୍ୟ ସିଏନଜି ଯୋଗାଣର ଆରମ୍ଭ କରାଯାଇଛି ।

ଏହି ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ୨୦୧ ସିଏନଜି ଷ୍ଟେସନର ଲୋକାର୍ପଣ ସ୍ୱଚ୍ଛ ଇନ୍ଧନ ଦିଗରେ ଆଉ ଏକ ପଦକ୍ଷେପ । ଲୋକାର୍ପିତ ଷ୍ଟେସନକୁ ମିଶାଇଲେ ମୋଟ ଭାରତରେ ୩ ହଜାର ୧୪୨ ସିଏନଜି ଷ୍ଟେସନ ରହିଛି । ଆଗାମୀ ଦିନରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ପରିବେଶ ସୁରକ୍ଷିତ ରହିବ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଇନ୍ଧନ କ୍ଷେତ୍ରରେ ଦେଶର ଆମଦାନୀର ଭାର ହ୍ରାସ ହେବ । ଯୁବ ଉଦ୍ୟମୀଙ୍କ ଦ୍ୱାରା ନୂଆ ଷ୍ଟାଟ ଅପ୍ ଆରମ୍ଭ ହେବ । ରୋଜଗାର ସୁଯୋଗ ବଢ଼ିବ ।

ଦେଶରେ ୧୦୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବା ପାଇଁ କାମ ଚାଲିଛି । ନିକଟରେ ବିଶ୍ୱ ପରିବେଶ ଦିବସରେ ଇଥାନଲକୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟି ଇ-୧୦୦ ବିତରଣ ଷ୍ଟେସନ ମଧ୍ୟ ଶୁଭାରମ୍ଭ ହୋଇଛି । ୨୦୨୫ ସୁଦ୍ଧା ପେଟ୍ରୋଲରେ ଇଥାନଲର ଭାଗ ୨୦ ପ୍ରତିଶତ ମିଶ୍ରଣ କରାଯିବାର ଯୋଜନା ରହିଛି । ଗୁଜୁରାଟରେ ପ୍ରଥମ ହାଇଡ୍ରୋଜେନ ବିତରଣ ଷ୍ଟେସନର ଖୋଲାଯିବାର ଯୋଜନା ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+