ବଡ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ରାଜ୍ୟରେ ରତିଷ୍ଠା ହେବ ନୂଆ ବି. ଏଡି ତାଲିମ କେନ୍ଦ୍ର

ବିଗତ ଦିନଗୁଡ଼ିକରେ ଶିକ୍ଷକ ଶିକ୍ଷା ପ୍ରତି ଧ୍ୟାନ ଦିଆ ଯାଇ ନଥିଲା। ଆଗାମୀ ଦିନରେ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକରୁ ପାସ୍ କରୁଥିବା ଶିକ୍ଷକ ସମଗ୍ର ଦେଶରେ ଥିବା ଶିକ୍ଷକଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Dharmendra Pradhan

କଟକସ୍ଥିତ ରାଧାନାଥ ଟ୍ରେନିଂ କଲେଜ ପ୍ରତିଷ୍ଠାନକୁ ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର। ୧୯୨୩ ମସିହାରେ ପ୍ରତିଷ୍ଠା ହୋଇଥ‌ିବା ଏହି ଶିକ୍ଷାନୁଷ୍ଠାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଶତବାର୍ଷିକୀ ଉତ୍ସବରେ ଏହି ଶିକ୍ଷା ମନ୍ଦିରକୁ ନାକ୍‌ ମାନ୍ୟତା ମିଳିବା ନେଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ପ୍ରମୁଖ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+