For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗତକାଲି ପୁରୀ ଯାଇ ସେ ଶ୍ରୀଜୀଉଙ୍କୁ ଦର୍ଶନ କରି ୧ଲକ୍ଷ ଟଙ୍କା ଶ୍ରୀମନ୍ଦିର ବିକାଶ ପାଇଁ ଦାନ କରିଛନ୍ତି ।

|

ପୁରୀ: ଶ୍ରୀକ୍ଷେତ୍ର ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତାର ତାଲିକା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଗତକାଲି ପୁରୀ ଯାଇ ସେ ଶ୍ରୀଜୀଉଙ୍କୁ ଦର୍ଶନ କରି ୧ଲକ୍ଷ ଟଙ୍କା ଶ୍ରୀମନ୍ଦିର ବିକାଶ ପାଇଁ ଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ବିକାଶ ପାଇଁ ୧୭୫ କୋଟି ଟଙ୍କାର ଅନୁଦାନ ଦେଇସାରିଥିବା ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ।

Dharmendra Pradhan

ଦାନ ନେଇ କେନ୍ଦ୍ରମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଶ୍ରୀମନ୍ଦିରର ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରି ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡିବାର ସୌଭାଗ୍ୟ ଲାଭ କଲି । ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ଶ୍ରୀକ୍ଷେତ୍ରମୁହାଁ ହୋଇଥିବା ବେଳେ କଂଗ୍ରେସ ଉଭୟଙ୍କୁ ଶ୍ରେୟ ରାଜନୀତିରେ ମାତିଥିବା କହିଛି। ତେବେ ଗତ କିଛି ବର୍ଷ ଧରି ପୁରୀରେ ଯେଉଁଭଳି ଭାବେ କାର୍ଯ୍ୟଧାରା ଚାଲିଛି ତାହା କିନ୍ତୁ ପୁରୀବାସୀଙ୍କୁ ବେଶ୍‌ ଖୁସି କରିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Union Minister Dharmendra Pradhan donated Rs 1 lakh for the development of the temple
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X