Get Updates
Get notified of breaking news, exclusive insights, and must-see stories!

କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ: କହିଲେ, ‘ଆନ୍ଧ୍ର ପୋଲିସ ଗୋବ୍ୟାକ’

Utkal Divas 2023

ଭୁବନେଶ୍ୱର: ଆଜି ଏପ୍ରିଲ ୧ ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ତେବେ ଆଜି କୋରାପୁଟ ଜିଲ୍ଲା କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ଏପ୍ରିଲ୍ ୧ ତାରିଖ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଆନ୍ଧ୍ର ଓଡ଼ିଶାର ଭୂମି ଉପରେ ଲୋଲୁପ ଦୃଷ୍ଟି ପକାଉଛି । ଆଜି ଫାଟୁସିନେରୀରେ ଆନ୍ଧ୍ରକୁ କଡ଼ା ଜବାବ ଦିଆଯାଇଛି ।

ପାରଳା ମହାରାଜ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହର, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବାନି । କୋଟିଆରେ ଅପାର ସମ୍ଭାବନା ରହିଛି । କୋରାପୁଟ ଜିଲ୍ଲାକୁ କେହି ଆଖି ପକାଇ ହଡ଼ପ କରିବାକୁ ଚାହିଁଲେ ଛାଡ଼ି ଦିଆଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥି ସହ କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ କହି, ଉତ୍କଳ ଦିବସରେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ର ପୋଲିସ ଗୋବ୍ୟାକର ନାରା ଦେଇଛନ୍ତି ଧର୍ମେନ୍ଦ୍ର ।

ସେପଟେ କୋଟିଆରେ ଉତ୍କଳ ଦିବସ ପାଳନ ପାଇଁ ବିଜେଡି ପକ୍ଷରୁ ଆୟୋଜନ କରାଯାଇଛି । କୋରାପୁଟ ଜିଲ୍ଲାରେ ବିଜେଡି ବିଧାୟକ ଏବଂ ପୂର୍ବତନ ବିଧାୟକ ମାନେ ମଧ୍ୟ ଉତ୍କଳ ଦିବସ ପାଳନ କରିଛନ୍ତି । ବିଜେଡି କୋଟିଆ ପଞ୍ଚାୟତ ଗଞ୍ଜେଇପଦରରେ ଉତ୍କଳ ଦିବସ ପାଳନ କରିଚି । ଏଥିରେ ଜିଳ୍ଲାର ବିଜେଡି ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ନବରଂଗପୁର ସାଂସଦ ରମେଶଚନ୍ଦ୍ର ମାଝି ଯୋଗଦେବେ ।

ତେବେ ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ପଡିଛି। ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହ ଅନ୍ୟ ସମସ୍ତ ପ୍ରାୟ ସହରରେ ଉତ୍କଳ ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ ହୋଇଛି । ବରେଣ୍ୟ ବରପୁତ୍ରଙ୍କୁ ଉତ୍କଳ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସେହିପରି ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+