କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଯୋଗ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ପୁରୀ: ଆଜି ଆର୍ନ୍ତଜାତୀୟ ଯୋଗ ଦିବସ । ସାରା ଦେଶରେ ପାଳନ ହେଉଛି ଏହି ଦିବସ । ଏହି ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଏହି ଯୋଗ ଶିବିର ସୂର୍ଯ୍ୟ ମନ୍ଦିର ପରିସର, ସୂର୍ଯ୍ୟ ମନ୍ଦିର ସମ୍ମୁଖ ଓ ଆଇଓସିଏଲ ବ୍ୟାଖାନ କେନ୍ଦ୍ର ପରିସର ଭିତରେ ଆୟୋଜିତ ହୋଇଛି । ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀ ନିଜକୁ ଏହି ଶିବିରରେ ସାମିଲ କରିଥିବା ବେଳେ ପ୍ରାୟ ଅଢ଼େଇ ହଜାର ଲୋକ ଏକତ୍ର ହୋଇ ଏହି ଶିବିରରେ ଯୋଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ପରିସରରେ ପହଞ୍ଚିବା ପୂର୍ବରୁ ସୂର୍ଯ୍ୟ ମନ୍ଦିର ପରିସର ବୁଲି ସୂର୍ଯ୍ୟ ମନ୍ଦିରର କଳା କୃତି କୁ ଅତି ନିକଟରୁ ଦେଖିବା ସହିତ ଯୋଗ ଶିବିରରେ ଯୋଗ ଦେଇଥିବା ପିଲାମାନଙ୍କୁ ସାକ୍ଷାତ କରି ଯୋଗର ଉପକାରୀତା ସମ୍ପର୍କରେ ସେମାନଙ୍କୁ କହିଥିଲେ ।

ଉଲ୍ଲେଖଥାଉ କି, ଦେଶର ୭୫ ଟି ଐତିହ୍ୟ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଯେଉଁଠାରେ ଓଡିଶାର କୋଣାର୍କ ମନ୍ଦିରକୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି ।
ଆନ୍ତର୍ଜାତୀୟ ଯୋଗ ଦିବସ ୨୦୧୨ ଜୁନ ମାସ ୨୧ ତାରିଖରେ ସମଗ୍ର ବିଶ୍ୱରେ 'ମାନବିକତା ପାଇଁ ଯୋଗ' ବିଷୟବସ୍ତୁ ସହିତ ପାଳନ କରାଯାଉଛି । ମନୁଷ୍ୟ ଶରୀର ପାଇଁ ଯୋଗ ଶକ୍ତିଶାଳୀ ରହିବାକୁ ଏବଂ ଦୃଢ ପ୍ରତିରକ୍ଷା ପ୍ରଣାଳୀରେ ସାହାଯ୍ୟ କରେ । ଯୋଗ ହେଉଛି ଏକ ପ୍ରାଚୀନ ଆତ୍ମସଂଜମି ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଛି ଯାହାକି ଶରୀର, ମନର ସମନ୍ୱୟ ହାସଲ କରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ । ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା ୨୧ ଜୁନ୍, ୨୦୧୫ ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା ।












Click it and Unblock the Notifications