ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସକାଳୁ ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ପହଞ୍ଚି ବାବାଙ୍କ ପୂଜାର୍ଚ୍ଚନା କରିଲେ । ଏହା ପରେ ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ସାଙ୍ଗରେ ଥିଲେ କଟକ ବିଜେପିର କାର୍ଯ୍ୟକର୍ତ୍ତା ।

ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ । ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଆଠଗଡ ଯିବା ବାଟରେ ବାଙ୍କୀଠାରେ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ କରିଥିଲେ ଶତାଧିକ ବିଜେପି କର୍ମୀ ।ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି।












Click it and Unblock the Notifications