Get Updates
Get notified of breaking news, exclusive insights, and must-see stories!

ନନ୍ଦନକାନନରେ ବାଘ ଓ ସିଂହ ଛୁଆର ନାଁ ଦେଲେ କେନ୍ଦ୍ରମନ୍ତ୍ରୀ

ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ସିଂହୀ ବିଜୁଳିଠାରୁ ଜନ୍ମ ହୋଇଥିବା ଶାବକର ନାମ କାମିନୀ ଓ ଧଳା ବାଘ ଶାବକର ନାଁ ରଖାଯାଇଛି ହିମାଂଶୀ ।

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ସିଂହୀ ବିଜୁଳିଠାରୁ ଜନ୍ମ ହୋଇଥିବା ଶାବକର ନାମ କାମିନୀ ଓ ଧଳା ବାଘ ଶାବକର ନାଁ ରଖାଯାଇଛି ହିମାଂଶୀ । ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଚିଡ଼ିଆଖାନା କିପର ହେମନ୍ତ ଓ ପ୍ରଶାନ୍ତ ମା' ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Lion Cub

ନନ୍ଦନକାନନ ପରିଦର୍ଶନ ସମୟରେ ମଣିଷ ଦ୍ୱାରା ପାଳିତ ହୋଇଥିବା ଏକ ବର୍ଷୀୟ ସିହୀଂକୁ ଦେଖି ଖୁସି ବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଦୁଇଦିନ ଧରି ଚାଲିଥିବା ସମ୍ମିଳନୀରେ ଦେଶର ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗ ଦେଇଥିଲେ । ଗତକାଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଭୂପିନ୍ଦର ଯାଦବ ନନ୍ଦନକାନନ ପରିଦର୍ଶନ କରିଥିଲେ ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଚୌବେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ଭାବେ ବିକାଶ ଲାଗି ଯାହା କିଛି ଆର୍ଥିକ ତଥା ମଞ୍ଜୁରିଗତ ସହାୟତା ଆବଶ୍ୟକ ଯୋଗାଇ ଦେବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଓଡ଼ିଶାରେ ଚାଲିଥିବା ଏହି ଚିଡ଼ିଆଖାନା ସମ୍ମିଳନୀରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଦେଶରୁ ବିଲୁପ୍ତ ସାଜିଥିବା ଚିତା ବାଘକୁ ପୁନର୍ବାର ଦେଶକୁ ଫେରାଇ ଆଣିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳନ ହେବାକୁ ଥିବାବେଳେ ସେହିଦିନ ଭାରତକୁ ଚିତାବାଘ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+