ବଦଳିବ କି ରେଭେନ୍ସାର ନାଁ, ଏଭଳି କିଛି ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିଶ୍ବବିଦ୍ୟାଳୟ ନାଁ ଯେଉଁ ରେଭେନ୍ସାଙ୍କ ନାଁରେ ହୋଇଛି, ତାଙ୍କ ଭୂମିକା କ'ଣ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ'ଣ କରୁଥିଲେ।
ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ'ଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଆଜି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ।

ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ ବଡ଼ମେଡିକାଲ କଟକର ଗାରିମା ଓ ଅନନ୍ୟ ପରିଚୟକୁ ପ୍ରତିଫଳିତ କରିଆସିଛି। ଏଠାରେ ପାଳିତ ଐତିହାସିକ 'ବାଲିଯାତ୍ରା' ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ମୁକସାକ୍ଷୀ। ଭାଇଚାରାର ସହର କଟକର ସଂସ୍କାର ମୋ ଧମନୀରେ ଅଛି। ପୁରାତନ ସଭ୍ୟତାର ପ୍ରାଣବିନ୍ଦୁ କଟକକୁ ଏକ ଆଧୁନିକ ସହର ଭାବେ ତିଆରି କରିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା।
ଅନ୍ୟପକ୍ଷରେ ଏହାକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ତିନି ପୂର୍ବତନ ପ୍ରଫେସର ଓ ଛାତ୍ର। ଏହାକୁ ଅବାସ୍ତବ କହି ସମାଲୋଚନା କଲେ ହେମେନ୍ଦ୍ର ନାରାୟଣ ଦାସ। ସେ କହିଛନ୍ତି, ରେଭେନ୍ସା କେବଳ ନାମ ନୁହେଁ, ଇଟ୍ ଇଜ୍ ୱେ ଅଫ୍ ଲାଇଫ୍। ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି।
ହୀନମନ୍ୟତା କହି ସମାଲୋଚନା କଲେ ସତ୍ୟକାମ ମିଶ୍ର। ସେ କହିଛନ୍ତି, ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ।ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ।












Click it and Unblock the Notifications