ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭଦ୍ରକରେ କରିବେ ସମାବେଶ

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖରେ ଭଦ୍ରକ ଲୋକସେବା ନିର୍ବାଚନମଣ୍ତଳୀରେ ସମାବେଶ କରିବେ ଏବଂ ତୃଣମୂଳ ସ୍ତରରେ ନେତୃବନ୍ଦଙ୍କ ସହ ଆଲୋଚନା କରିବା ସହ ଭାରତୀୟ ଜନତା ପାର୍ଟିର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।

 Amit Shah

ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖରେ ଭଦ୍ରକ ଲୋକସେବା ନିର୍ବାଚନମଣ୍ତଳୀରେ ସମାବେଶ କରିବେ ଏବଂ ତୃଣମୂଳ ସ୍ତରରେ ନେତୃବନ୍ଦଙ୍କ ସହ ଆଲୋଚନା କରିବା ସହ ଭାରତୀୟ ଜନତା ପାର୍ଟିର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଏହା ସହ ଐତିହାସିକ ସ୍ଥାନର ମଧ୍ୟ ଦର୍ଶନ କରିବେ ଶାହ । ଏନେଇ ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

୨୦୨୪ ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଲେଣି । ସାରା ଦେଶର ରାନୈତିକ ମାହୋଲ ଏବେ ସରଗରମ ଅଛି । ତେବେ ଆଗାମୀ ନିର୍ବାଚନରେ ବିଜେପିର ରହିଛି ଖାସ ମିଶନ୍ । ଲୋକସଭାରେ ଅଧିକ ସିଟ୍ କିଭଳି ଜିତିବେ ସେ ନେଇ ବିଜେପି ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହା ।

ସେହିପରି ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟର ଶାସକ ଏବଂ ବିରୋଧି ଦଳ ଲଗାତାର ବିଭିନ୍ନ ପ୍ରସଙ୍ଗ ନେଇ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି । ଏପରି ସ୍ଥିତିରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜ୍ୟର ରାଜନୈତୀକ ମାହୋଲରେ ନିଶ୍ଚୟ କିଛି ପରିବର୍ତ୍ତନ ଆଣିପାରେ । ଏଥର ବିଜେପିର ଫୋକସରେ ରହିବ ଉପକୂଳ ଓଡ଼ିଶା ।

ସୂଚନାଥାଉ ଯେ, ଏହା ପୂର୍ବରୁ ମଧ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ସେତେବେଳେ ମଧ୍ୟ ଦଳର ନେତା ମାନଙ୍କ ସହ ଆଲୋଚନା କରିବା ସହ କିଛି ଟାସ୍କ ଦେବା ସହ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ମନ୍ତ୍ର ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+