୨୧ରେ ଓଡ଼ିଶା ଆସି ପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏଥି ପାଇଁ
ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରାଯାଇଛି। ତେଣୁ ଶାହା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଚୂଡାନ୍ତ ସୂଚନା ଦିଆଯାଇ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଆସିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ ହୋଇଛି। ଶେଷଥର ଲାଗି ସେ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜିପି ସମ୍ମିଳନୀରେ ଯୋଗଦେଇଥିଲେ। ଏଥର ଶାହା ଓଡ଼ିଶା ଗସ୍ତରେ ଆସି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଯେ ପର୍ଯ୍ୟନ୍ତ ଚୂଡାନ୍ତ ସୂଚନା ନ ଆସିଛି ସେତେବେଳ ଯାଏ କିଛି କୁହାଯାଇପାରିବ ନାହିଁ ବୋଲି ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି।













Click it and Unblock the Notifications