ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନଶ୍ବରରେ ପହଞ୍ଚିଲେ ଅମିତ ଶାହ । ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ପହଞ୍ଚିଲେ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେବେ ବିମାନବନ୍ଦରରୁ ଯାଇ ସିଧାସଳଖ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ କାର୍ଯ୍ୟକ୍ରମରେ ଯୋଗଦେବେ ।

ପରେ ପାରାଦୀପରେ ଇଫ୍କୋ ପକ୍ଷରୁ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍ଏଫ୍ଏସ୍ୟୁ) ଓ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍ଏସ୍ଏଲ୍)ର ଶିଳାନ୍ୟାସ କରିବେ । ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ । ସଂଧ୍ୟାରେ ଦିଲ୍ଲୀ ଫେରିଯିବେ। ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।












Click it and Unblock the Notifications