ରେଢ଼ାଖୋଲ ସଭାରେ ରାଜନାଥ ସିଂଙ୍କ ସମ୍ବୋଧନ
ରେଢ଼ାଖୋଲ: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଦ୍ୱିତୀୟ ପର୍ଯର୍୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ରାଜ୍ୟରେ ବାକି ପର୍ଯ୍ୟାୟ ଗୁଡ଼ିକ ଲାଗି ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ଜୋରଦାର ପ୍ରଚାର । ଆଉ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ ସଭାରେ ସମ୍ବୋଧନ କରିଛନ୍ତି । ସେ ଏହି ସଭାରେ କହିଛନ୍ତିି ଯେ ଏଠି ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି । ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି ।
ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ଯେଉଁଦିନ ଆମ ସରକାର ହେବ ତାହାର ତଦନ୍ତ ହେବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତଦନ୍ତ ହେବ । ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ସମସ୍ତେ ଧ୍ୟାନ ଦେଇ ଶୁଣୁଛନ୍ତି । ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ । ପୁତିନ ଓ ଜେଲେନସ୍କି ସହ କଥା ହୋଇ ମୋଦୀ ସାଢ଼େ ୪ ଘଣ୍ଟ ଯୁଦ୍ଧ ରୋକିଲେ । ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି ।

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଉନି । ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆମେ ଯାହା କହୁ ତାହା କରୁ । ୩୭୦ ଧାରା ହଟାଇଲୁ । ରାମ ମନ୍ଦିର ପ୍ରତିଷ୍ଠା କଲୁ । ତିନି ତଲାକ ମଧ୍ୟ ସମାପ୍ତ କଲୁ ବୋଲି ରାଜାଥ ସିଂ କହିଛନ୍ତି ।












Click it and Unblock the Notifications