ଓଡ଼ିଶା ପାଇଁ ୨ ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
Odisha News: ଓଡ଼ିଶା ପାଇଁ ୨ ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରି । ଯେଉଁଥିରେ ବିନିଯୋଗ ହେବ ୫ ହଜାର ୧୦୪ କୋଟି ଟଙ୍କା । ସମ୍ବଲପୁର-ଜରପଡ଼ା ପ୍ରକଳ୍ପ ପାଇଁ ୩ ହଜାର ୯୧୭ କୋଟି ଟଙ୍କା ବିନିଯୋଗ ହେବ ସେହିପରି ଝାରସୁଗୁଡ଼ା-ଶାସକ ପ୍ରକଳ୍ପ ପାଇଁ ୧ ହଜାର ୧୮୭ କୋଟି ଟଙ୍କା ବିନିଯୋଗ ହେବ । ଆଜି ୪ଟି ରେଳ ପକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି ।

ଏହି ମଲ୍ଟିଟ୍ରାକ ପ୍ରକଳ୍ପ ଅଧିନରେ ସମ୍ବଲପୁର, ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ପ୍ରଧାନମନ୍ତ୍ରୀଙ୍କ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ୍ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ରହିଛି । ତେବେ ଏହି ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।












Click it and Unblock the Notifications