ରେଲୱେ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି: ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ୱର: ରେଳ ବଜେଟ୍ରେ ଓଡ଼ିଶା ପାଇଁ ରେକର୍ଡ଼ ପରିମାଣରେ ଅର୍ଥ ଦିଆଯାଇଛି । ଭାରତୀୟ ରେଳ ଭିତ୍ତିଭୂମିକୁ ମଜବୁତ କରିବା ଲାଗି କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୨,୬୨,୦୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ବଜେଟ୍ ଉପସ୍ଥାପନ କରିଛନ୍ତି ।
ଏହି ବଜେଟ୍ରେ ଓଡ଼ିଶା ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏଥର ରେଳ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି । ଓଡ଼ିଶାରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ ନିର୍ମାଣ ହୋଇଛି ।
ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍କରଣ ହୋଇଯାଇଛି । ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି । ଓଡ଼ିଶାରେ ୧୦୦% ବିଦ୍ୟୁତି କରଣ ହୋଇଯାଇଛି । ୫୯ ଷ୍ଟେସନ୍କୁ ଅମୃତ ଭାରତ ଷ୍ଟେସନ୍ରେ ଯୋଜନାରେ ନବୀକରଣ କରାଯାଉଛି । ସେଥିପାଇଁ ଦ୍ରୁତ ଗତିରେ ଚାଲିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ସେ କହିଛନ୍ତି, ଅମୃତ ଭାରତ ଷ୍ଟେସନ୍ରେ ଯୋଜନାରେ ସାମିଲ୍ ହୋଇଥିବା ଷ୍ଟେସନ୍ ଗୁଡ଼ିକ ହେଲା ଅନୁଗୋଳ, ବାଦାମ ପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍, ବରଗଡ଼ ରୋଡ୍, ବାରିପଦା, ପରବାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପେଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜ ନଗର, ଛତ୍ରପୁର, କଟକ, ଦାମନ ଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ୍, ହିମ୍ଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍, ଜଳେଶ୍ୱର,
ଜରୁଲି, ଜୟପୁର, ଝାରସୁଗୁଡ଼ା ଜଂସନ୍, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆଳ ରୋଡ୍, ଖୋର୍ଦ୍ଧାରୋଡ୍ ଜଂସନ୍, କୋରାପୁଟ ଜଂସନ୍, ଲିଙ୍ଗରାଜ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନ୍ପୋଷ୍, ପାରାଦୀପ,ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର,ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା,ସାକ୍ଷୀଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ତାଳଚେର ରୋଡ୍, ସୋର ଓ ଟିଟିଲାଗଡ଼ ଜଂସନ୍ । ଏଥିରୁ କିଛି ଷ୍ଟେସନ୍ର ନବୀକରଣ କାମ ଚାଲିଥିବା ବେଳେ ଆଉ କେତେକ ଷ୍ଟେସନ୍ର କାମ ଆରମ୍ଭ ହେବ ।












Click it and Unblock the Notifications