ଜାତୀୟସ୍ତରଠାରୁ ଓଡ଼ିଶାର ବେକାରୀ ହାର ଅଧିକ; ଜାତୀୟସ୍ତରରେ ୩.୨%, ଓଡ଼ିଶାରେ ବେକାରୀ ହାର ୩.୯%

ଜାତୀୟସ୍ତରଠାରୁ ଓଡ଼ିଶାର ବେକାରୀ ହାର ଅଧିକ। ଜାତୀୟସ୍ତରରେ ୩.୨%, ଓଡ଼ିଶାରେ ବେକାରୀ ହାର ୩.୯% । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଉତ୍ତର। ତାଲିକାରେ ଦେଶର ୨୧ନଂରେ ଓଡ଼ିଶା, ସହରାଞ୍ଚଳ ସ୍ଥିତି ଅଧିକ ସଙ୍ଗୀନ।

ଗ୍ରାମାଞ୍ଚଳରେ ବେକାରୀ ହାର ୩.୬%, ସହରାଞ୍ଚଳରେ ୬.୨%' । ୧୧ ଲକ୍ଷ ୪ ହଜାର ୨୩୭ ଜଣ ପଞ୍ଜୀକରଣ କରିଛନ୍ତି । ୧୦ ବର୍ଷରେ ମାତ୍ର ୮୪୦୧ ଜଣ ନିଯୁକ୍ତି ପାଇଛନ୍ତି।

unemployment rate in Odisha

ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ ବୋଲି ସେ କହିଛନ୍ତି। ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ।

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆରମ୍ଭରୁ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଚିକିଟି ମଦମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରି ଗୃହର ମଧ୍ୟ ଭାଗରେ ଆସି ହୋହାଲ୍ଲା କରିଥିଲେ।

ଏହା ପରେ ଚିକିଟି ମଦମୃତ୍ୟୁ ମାମଲାରେ ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି।

ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି, ୨ ଜଣ ଅଟକ ଅଛନ୍ତି। ୩ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଓଡ଼ିଶାରେ ବେଆଇନ ମଦ ବିକ୍ରି ନେଟୱର୍କକୁ ଭାଙ୍ଗିବା ପାଇଁ ଯେତେଦୂର ପଦକ୍ଷେପ ନିଆଯିବା କଥା, ତାହା ନିଆଯିବ। ଆସନ୍ତା ବର୍ଷକ ମଧ୍ୟରେ ଏହାକୁ ସୁନିଶ୍ଚିତ କରାଯିବ। ସେହିପରି ରାଜ୍ୟରେ ଚାଲୁଥିବା ଡ୍ୟାନ୍ସ ବାରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି।

ଚିକିଟି ମଦମୃତ୍ୟୁକୁ ନେଇ ବିରୋଧୀଙ୍କ ଦ୍ଵାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସ୍କୁଲ, କଲେଜ ଓ ମନ୍ଦିର ନିକଟରେ ଯେପରି ମଦ ଦୋକାନ ରହିବ ନାହିଁ, ତାହାକୁ ସରକାର ସୁନିଶ୍ଚିତ କରିବେ। ସେହିପରି ଆଗାମୀ ଦିନରେ ରାଜ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ। ଏହାସହ ଖୁବ୍ କମଦିନ ମଧ୍ୟରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+