ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ଚାକିରି ଅପେକ୍ଷାରେ ୧୨ ଲକ୍ଷରୁ ଅଧିକ ଯୁବକ ଯୁବତୀ
ରାଜ୍ୟରେ ଚାକିରି ସମସ୍ୟା । କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪ । ତାଲିମ ନେଲେ ୧୮ ଲକ୍ଷ, ନିଯୁକ୍ତି ପାଇଛନ୍ତି ମାତ୍ର ୧ଲକ୍ଷ । ବିଗତ ୧୦ ବର୍ଷ ରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ପାଇଛନ୍ତି ମାତ୍ର ୧ ଲକ୍ଷ ୫ହଜାର ୪୪୪ ପିଲା ।
ବିଧାନସଭା ରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ୟ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇ ଥିବା ବେଳେ ବିଗତ ପାଞ୍ଚ ବର୍ଷ ରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।
ବଡ଼ କଥା ହେଲା ୨୨୬ ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୩ କୋଟି ୮୦ ଲକ୍ଷ ଟଙ୍କା। ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜୀକରଣ କରି ଚାକରି ଅପେକ୍ଷାରେ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି ରାଜ୍ୟ ସରକାର । ଏ ତଥ୍ୟ ପ୍ରମାଣ କରୁଛି କେତେ ଭୟଙ୍କର ହେଲାଣି ବେକାରୀ ସମସ୍ୟା ।












Click it and Unblock the Notifications