ଓଡିଶାରେ ବେକାରୀ ସବୁଠୁ କମ୍: ରିପୋର୍ଟ
ରାଜ୍ୟରେ ହ୍ରାସ୍ ପାଉଛି ବେକାରୀଙ୍କ ସଂଖ୍ୟା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି ।
ଭୁବନେଶ୍ୱର: ରାଜ୍ୟରେ ହ୍ରାସ୍ ପାଉଛି ବେକାରୀଙ୍କ ସଂଖ୍ୟା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ । ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି ।

ସିଏମଆଇଇ ରିପୋର୍ଟ ମୁତାବକ, ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ ରହିଛି । ରିପୋର୍ଟ ଅନୁସାରେ ବେକାରୀ ତାଲିକାରେ ସବୁଠାରୁ ଆଗରେ ରହିଛି ହରିୟାଣା । ହରିୟାଣାରେ ବେକାରୀ ହାର ୨୫.୭ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୪.୫ ପ୍ରତିଶତ ରହିଛି ।
ଦେଶର ସବୁ ବିକଶିତ ଏବଂ ପ୍ରଭାବଶାଳୀ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସରକାର ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଦ୍ରୁତଗତିରେ ଓଡ଼ିଶାରୁ ବେକାରୀ ହ୍ରାସ ପାଉଥିବାରୁ ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି ।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ସର୍ବନିମ୍ନ ବେକାରୀ ହାର ସୃଷ୍ଟି ହୋଇଛି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରକାଶ । ଏମଜିଏନଆରଇଜିଏସ୍ ଅଧୀନରେ ୨୦୨୦-୨୧ ମଧ୍ୟରେ ୨୦.୮୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବାରୁ ମହାମାରୀ ସମୟରେ ଗ୍ରାମୀଣ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି, ଯାହା ୨୦୧୯-୨୦ରେ ୧୧.୧୪ କୋଟି ତୁଳନାରେ ୧୮୭ ପ୍ରତିଶତ ଅଧିକ ।
ମିଶନ ଶକ୍ତି ମୁଭମେଣ୍ଟରେ ଓଡ଼ିଶାରେ ପାଖାପାଖି ୭୦ ଲକ୍ଷ ଗ୍ରାମୀଣ ମହିଳା ସଂଗଠିତ ହୋଇଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications